fbpx

Summer Health : ଖରା ଦିନେ ଫୁଡ୍ ପଏଜନ୍ ରୁ ବର୍ତ୍ତିବାକୁ ଚାହାଁନ୍ତି ତେବେ କରନ୍ତୁ ଏହି ଉପାୟ

ନୂଆଦିଲ୍ଲୀ : ଗ୍ରୀଷ୍ମ ଋତୁରେ ଫୁଡ୍ ପଏଜନ୍ ହେବା ସାଧାରଣ କଥା । ବେଳେବେଳେ ଏମିତି ହୁଏ, ଖାଦ୍ୟ ପାନୀୟରେ ସତର୍କତା ଅବଲମ୍ବନ କରି ମଦ୍ୟ ଫୁଡ୍ ପଏଜନ୍ ହୋଇଥାଏ । ଏହିଭଳି ସମସ୍ୟା କେହି ବି ଭୋଗି ପାରେ । କିନ୍ତୁ ବେଳେବେଳେ ଜଣାପଡେ ନାହିଁ ଯେ ଏପରି ହେବାର କରଣ କ’ଣ ।

ଫୁଡ୍ ପଏଜନ୍ ଲକ୍ଷଣ ଚିହ୍ନିବା ସହଜ ନୁହେଁ। କିନ୍ତୁ ଏହାର ଏକ ସହଜ ଲକ୍ଷଣ ହେଉଛି ଯଦି ତୁମର ପେଟ ଯନ୍ତ୍ରଣା, ବାନ୍ତି, ମୁଣ୍ଡବିନ୍ଧା ହେଉଛି, ତେବେ ଏହାର ଅର୍ଥ ହେଉଛି ତୁମେ ଫୁଡ୍ ପଏଜନ୍ ରେ ଆକ୍ରାନ୍ତ ହୋଇଛ । ଏହାର ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। ଆପଣ ଏହାକୁ କିଛି ଘରୋଇ ଉପଚାର ମାଧ୍ୟମରେ ମଧ୍ୟ ଉପଶମ କରିପାରିବେ ।

ବାସି ଖାଦ୍ୟ ବା ଅପରିସ୍କାର ଖାଦ୍ୟ ଖାଇବା ଦ୍ୱାରା ଫୁଡ୍ ପଏଜନ ହେବାର ଆଶଙ୍କା ଥାଏ । ଏହଦ୍ସହ ରାନ୍ଧିବା ବେଳେ ଖାଦ୍ୟରେ କ’ଣ ମିଶାଯାଉଛି ତାହା ମଦ୍ୟ ଗୁରୁତ୍ୱପୂର୍ଣ୍ଣ । ରୋଷେଇ ସମୟରେ ମଧ୍ୟ ଖାଦ୍ୟ ଖରାପ ହୋଇପାରେ । କେବଳ ସେତିକି ନୁହେଁ, ରୋଷେଇ ହୋଇ ରହିଥିବା ଖରା ଦିନରେ ଖାଦ୍ୟ କିଛି ସମୟ ପରେ ମଧ୍ୟ ଖରାପ ହୋଇପାରେ ।

ଅବହେଳା କରନ୍ତୁ ନାହିଁ

୧. ଖାଦ୍ୟକୁ ଦୀର୍ଘ ସମୟ ଧରି ରେଫ୍ରିଜରେଟରରେ ରଖାଯାଇଥିଲେ, ତାହାକୁ ଖାଇବା ଦ୍ୱାରା ଫୁଡ୍ ପଏଜନ୍ ହୋଇଥାଏ ।

୨. ଖାଦ୍ୟ ପୂର୍ବରୁ ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ଦ୍ୱାରା ଛୁଇଁ ଲେ ମଧ୍ୟ ଫୁଡ୍ ପଏଜନ୍ ହେବାର ସମ୍ଭାବନା ଥାଏ ।

୩. ଯଦି ଖାଦ୍ୟ ସଠିକ୍ ଭାବରେ ରନ୍ଧାଯାଇ ନଥିବ ତାହାଲେ ମଧ୍ୟ ଫୁଡ୍ ପଏଜନ୍ ହେବାର ସମ୍ଭାବନା ଥାଏ ।

୪. କଟିଙ୍ଗ ବୋର୍ଡ କିମ୍ବା ଛୁରୀ ସଠିକ୍ ଭାବରେ ସଫା ହୋଇନଥିଲେ ବା ଅପରିଷ୍କାର ହୋଇଥିଲେ ତାହା ମଧ୍ୟ ଫୁଡ୍ ପଏଜନର କାରଣ ହୋଇପାରେ ।

୫. ରନ୍ଧା ହୋଇଥିବା ତେଲ ବା ଛଣାଛଣିରେ ବ୍ୟବହୃତ ତେଲକୁ ବାରମ୍ବାର ଖାଇଲେ ଫୁଡ୍ ପଏଜନ୍ ହେବାର ସମ୍ଭାବନା ଥାଏ ।

୬. ସଫା ନକରି ଖାଦ୍ୟ ପ୍ରସ୍ତୁତ କଲେ ମଧ୍ୟ ଫୁଡ୍ ପଏଜନ୍ ହୋଇଥାଏ ।

ଫୁଡ୍ ପଏଜନ୍ କୁ ଏଡାଇବେ କିପରି ?

ସର୍ବପ୍ରଥମେ ଜଙ୍କ୍ ଫୁଡ୍ ଏବଂ ପ୍ରୋସେସ୍‌ଡ ଫୁଡ ଠାରୁ ଦୂରେଇ ରୁହନ୍ତୁ । କାରଣ ଏଥିରେ କ୍ଷତିକାରକ ରାସାୟନିକ ପଦାର୍ଥ ଏବଂ ବିଷାକ୍ତ ପଦାର୍ଥର ପରିମାଣ ବହୁତ ଅଧିକ ମାତ୍ରାରେ ଥାଏ । ଯାହା ଦ୍ୱାରା ଖାଦ୍ୟ ବିଷାକ୍ତ ହୋଇପାରେ । ଆହୁରି ମଧ୍ୟ ଯଦି ଆପଣ ପେଟ ସମ୍ବନ୍ଧୀୟ କୌଣସି ରୋଗରେ ପୀଡିତ ତେବେ କେବଳ ତତକ୍ଷଣାତ୍ ରନ୍ଧା ଖାଦ୍ୟ ଖାଆନ୍ତୁ । ଖାଦ୍ୟ ବିଷାକ୍ତତା ବା ଫୁଡ୍ ପଏଜନ୍ ବେଳେବେଳେ ମୃତ୍ୟୁର କାରଣ ହୋଇଯାଏ ।

Get real time updates directly on you device, subscribe now.