ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଜଣେ ପୂର୍ବତନ ବିଧାୟିକା ବିଜେଡି ଛାଡ଼ିଛନ୍ତି । ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେଡି ଛାଡ଼ିଛନ୍ତି । ଗତ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ସୁନନ୍ଦା ବରୀର ବିଧାୟକ ରହିଥିଲେ । ବିଜେଡିରୁ ପ୍ରାଥମିକ ସଦସ୍ୟ ପଦରୁ ସୁନନ୍ଦା ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫା ପତ୍ରକୁ ସୁନନ୍ଦା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଦଳରେ ସେ ଗତ କିଛିମାସ ହେଲା ଅଣଦେଖା ହୋଇ ରହିଥିବା ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ରହିବା ପରେ ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ପ୍ରଥମ ଥର କ୍ଷମତାଚ୍ୟୁତ ହୋଇଥିଲା । ବିଧାନସଭା ନିର୍ବାଚନରେ ବିଜେଡି ୫୧ଟି ଆସନ ପାଇଁ ବିରୋଧୀ ଦଳ ଆସନରେ ବସିବା ସହିତ ବିଜେପି ୭୮ଟି ଆସନରେ ଜିତି ପ୍ରଥମ ଥର ରାଜ୍ୟରେ ସରକାର ଗଠନ କରିଥିଲା । ପ୍ରଥମ ଥର ପାଇଁ ଦଳର ଏଭଳି ପରାଜୟ ପରେ ଅନେକ ନେତା ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ଜାହିର କରୁଥିବା ଦେଖାଯାଉଛି ।