fbpx

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ADM

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ରାଜ୍ୟର ଆଉ ଜଣେ ବଡ଼ବାବୁ । ଲଗାତର ଦୁଇଦିନ ଧରି ଜଣେ ଆଇଆଇସି ଓ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍ କରିବା ପରେ ଆଜି ପାଳି ପଡ଼ିଛି ଜଣେ ଆସିଷ୍ଟାଣ୍ଟ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ (ଏଡିଏମ)ଙ୍କର । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଏଡିଏମଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଉଛି । ଏଡିଏମ୍ ବିଶ୍ୱଜିତ ମହାପାତ୍ରଙ୍କ ୭ଟି ଜାଗାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।

ଶ୍ରୀ ମହାପାତ୍ରଙ୍କ ଭୁବନେଶ୍ୱରର ନୟାପଲ୍ଲୀ, ବାଲିଅନ୍ତାର ରୁଦ୍ରପୁର, ଜଗତସିଂହପୁରର ଜଡ଼ାତିରା, ସୁନ୍ଦରଗଡ଼ର ସରକାରୀ କ୍ୱାର୍ଟର, ସୁନ୍ଦରଗଡ଼ ଅଫିସ୍, ରଘୁନାଥପୁରର ପୈତୃକ ବାସଭବନ, ରାଜଗାଙ୍ଗପୁର ସମ୍ପର୍କୀୟଙ୍କ ବାସଭବନରେ ରେଡ୍ କରାଯାଇଛି । ଏହି ଚଢ଼ାଉରେ ୮ ଜଣ ଡିଏସପି, ୨ ଜଣ ଇନ୍ସପେକ୍ଟର, ୫ ଜଣ ଏଏସଆଇ ଓ ଅନ୍ୟ ଅଧିକାରୀମାନେ ସାମିଲ୍ ଥିଲେ । ବର୍ତ୍ତମାନ ସୁଦ୍ଧା ଏଡିଏମଙ୍କ ଘରେ ଭିଜିଲାନ୍ସ ଟିମର ଖୋଳତାଡ଼ ଜାରି ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.