ନୂଆଦିଲ୍ଲୀ: ଲୋକପ୍ରିୟ ସିଙ୍ଗରଙ୍କ ମଧ୍ୟରୁ ସୁନିଧି ଚୌହାନଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣି ଆପଣ ବି ରାଗିଯିବେ । ଡେହରାଡୁନର ଏକ କଲେଜରେ ସେ ଗୀତ ଗାଉଥିବା ବେଳେ ଭିଡ ମଧ୍ୟରୁ କିଏ ଜଣେ ବୋତଲ ପକାଇଛନ୍ତି । ଯାହା ପରେ ସେ ଗୀତ ଗାଉ ଗାଉ ଅଟକି ଯାଇଛନ୍ତି । ଏହାପରେ ସୁନିଧି ସେହି ବୋତଲ ଫିଙ୍ଗିଥିବା ଲୋକକୁ ଜବାବ ଦେଇଛନ୍ତି । ଏହି ଘଟଣା ବର୍ତ୍ତମାନ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।
ଏହି ଭାଇରାଲ ଭିଡିଓରେ ସୁନିଧି ଚୌହାନଙ୍କୁ କନସର୍ଟରେ ନିଜ ହିଟ ସଙ୍ଗ୍ ଗାଉଥିବା ଦେଖାଯାଉଛି । ଯେପରି ସେ ଷ୍ଟେଜ ମଝିରେ ଠିଆ ହୋଇଛନ୍ତି ତାଙ୍କ ଉପରକୁ ଏକ ବୋତଲ କିଏ ଜଣେ ଫିଙ୍ଗିଛନ୍ତି । ଯାହା ସିଧାସଳଖ ତାଙ୍କ ହାତରେ ଲାଗିଛି ଏବଂ ସେ ଆଶ୍ଚର୍ଯ୍ୟ ହୋଇ ଚୁପ ହୋଇଯାଇଛନ୍ତି । ସିଙ୍ଗର ଜଣକ ସେହି ବ୍ୟକ୍ତିଙ୍କୁ ଉତ୍ତର ଦେଇ କହିଛନ୍ତି, ହାୟ.. ମାର ଗଏ.. । ଆଗକୁ ସିଙ୍ଗର ଯାହା କହୁଛନ୍ତି ତାକୁ ସମସ୍ତେ ଶୁଣି ତାରିଫ କରିବାରେ ଲାଗିଛନ୍ତି ।
ଏହି ଘଟଣା ପରେ ସିଙ୍ଗର ଜଣକ ନ ରାଗିଯାଇ, ଭଲରେ କହିଛନ୍ତି, ଏହା କଣ ହେଉଛି? ବୋତଲ ଫିଙ୍ଗିଲେ କଣ ହେବ । ଶୋ ଅଟକି ଯିବ । କଣ ଆପଣ ଏହା ଚାହୁଁଛନ୍ତି । ଏହା କହିବା ପରେ ପୁଣି ଗୀତ ଗାଇବାକୁ ଲାଗିଛନ୍ତି । ସୋସିଆଲ ମିଡିଆରେ ଲୋକ ତାଙ୍କର ସପୋର୍ଟ କରୁଛନ୍ତି ଏବଂ ଅସଦାଚରଣକୁ ଟ୍ରୋଲ କରୁଛନ୍ତି ।
View this post on Instagram