fbpx

ସହଜ ହେବନି ସୁପର-୮ ଲଢେଇ: ଦଳରେ ପରିବର୍ତ୍ତନ କରିବେ ରୋହିତ, ଫେରିବେ କୁଳଦୀପ?

ବ୍ରିଜଟାଉନ୍: ଟି-୨୦ ବିଶ୍ୱକପର ଦ୍ୱିତୀୟ ଷ୍ଟେଜରେ ପହଞ୍ଚି ସାରିଛି ଟିମ ଇଣ୍ଡିଆ । ବିଶ୍ୱକପର ଏହି ସୁପର-୮ ମୁକାବିଲାରେ ଭାରତ ପାଇଁ ଲଢେଇ ଖୁବ କଷ୍ଟକର ହୋଇପାରେ । ସୁପର-୮ ମୁକାବିଲାକୁ ଭାରତ ସମେତ ମୋଟ ୮ଟି ଟିମ୍ ଏଣ୍ଟ୍ରି କରିଥିବା ବେଳେ ପ୍ରତ୍ୟେକ ଦଳ ଯେ କୌଣସି ମୁହୂର୍ତ୍ତରେ ମ୍ୟାଚର ଗତିପଥ ବଦଳାଇବାରେ ମାହିର ରହିଛନ୍ତି । ସେହିପରିଦଳର ପ୍ରତ୍ୟେକ ଖେଳାଳି ମଧ୍ୟ ମ୍ୟାଚ ୱିନର ସାବ୍ୟସ୍ତ ହୋଇପାରନ୍ତି । ତେଣୁ ରୋହିତ ସେନାଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବା ସହ ସତର୍କ ମଧ୍ୟ ରହିବାକୁ ହେବ । ଏଥିପାଇଁ ଭାରତ ନିଜ ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ କରିପାରେ ।

ସୁପର-୮ ମୁକାବିଲାର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଟିମ ଇଣ୍ଡିଆ । ବାରବାଡୋସରେ ହେବାକୁ ଥିବା ଏହି ମ୍ୟାଚରେ ରୋହିତ ଦଳର ବେଷ୍ଟ ସ୍ପିନର କୁଳଦୀପ ଯାଦବଙ୍କୁ ସୁଯୋଗ ଦେଇପାରନ୍ତି । ଏମିତି ହେଲେ, ଭାରତ କେବଳ ୨ ଜଣ ସ୍ପେଶାଲିଷ୍ଟ ଫାଷ୍ଟ ବୋଲର ଏବଂ ୨ ଜଣ ସ୍ପିନ ଅଲରାଉଣ୍ଡରଙ୍କ ସହ ମଇଦାନକୁ ଓହ୍ଲାଇପାରେ । ଅର୍ଥାତ୍ ଦଳରେ ତୃତୀୟ ଫାଷ୍ଟ ବୋଲର ଭୂମିକାରେ ନଜର ଆସିପାରନ୍ତି ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଗ୍ରୁପ ଷ୍ଟେଜରେ ହାର୍ଦ୍ଦିକ ଟିମ ଇଣ୍ଡିଆର ବୋଲିଂ ଆଟାକକୁ ଖୁବ ସନ୍ତୁଳିତ କରିଥିଲେ । ତେଣୁ ସୁପର-୮ ମୁକାବିଲାରେ ପିଚକୁ ଦୃଷ୍ଟିରେ ରଖି ରୋହିତ ଶର୍ମା କୁଳଦୀପ ଯାଦବଙ୍କୁ ପ୍ଲେଇଙ୍ଗ-୧୧ରେ ସାମିଲ କରିପାରନ୍ତି । ଏଥିପାଇଁ ଦଳରୁ କାହାକୁ ବାଦ୍ ଦେବେ ରୋହିତ, ସେ ନେଇ ଆଲୋଚନା ଆରମ୍ଭ ହୋଇଛି ।

ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ନେଟ୍ ସେଶନରେ ଦମଦାର ବୋଲିଂ କରିଛନ୍ତି କୁଳଦୀପ । ରୋହିତ ଏବଂ ବିରାଟଙ୍କ ବିପକ୍ଷରେ ବୋଲିଂ କରି ପ୍ଲେଇଙ୍ଗ-୧୧ରେ ସାମିଲ ହେବା ପାଇଁ ଦାବିଦାର ପାଲଟିଛନ୍ତି । ତେବେ କୁଳଦୀପଙ୍କୁ ଦଳରେ ସୁଯୋଗ ଦେବାକୁ ହେଲେ ଦଳର ଯେ କୌଣସି ଜଣେ ଫାଷ୍ଟ ବୋଲରଙ୍କୁ ବାଦ୍ ଦେବାକୁ ପଡ଼ିପାରେ । ତେବେ ଜାଡେଜା, ସିରାଜ ଏବଂ ଶିବମ ଦୁବେଙ୍କ ମଧ୍ୟରୁ ଜଣଙ୍କୁ ବାଦ୍ ଦେଇପାରନ୍ତି ରୋହିତ । ଏହି ଖେଳାଳିମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆଶାନୁଯାୟୀ ପଦର୍ଶନ କରିବାରେ ବିଫଳ ହୋଇଛନ୍ତି । ତେଣୁ ତାଙ୍କ ସ୍ଥାନରେ କୁଳଦୀପଙ୍କୁ ଦଳରେ ସାମିଲ କରାଯାଇପାରେ ।

Get real time updates directly on you device, subscribe now.