fbpx

ଆଜି IPLରେ ‘ସୁପର ଫାଇଟ୍’: CSK vs LSG ମ୍ୟାଚରେ କ’ଣ ରହିବ ପ୍ଲେଇଙ୍ଗ ୧୧?

ନୂଆଦିଲ୍ଲୀ: ଆଜି ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷେ୍ନø ସୁପର ଜିଆଣ୍ଟସ । ଏଥିପାଇଁ ଉଭୟ ଦଳର ନିଜକୁ ପ୍ରସ୍ତୁତ କରି ସାରିଛନ୍ତି । ତେବେ ଉଭୟ ଦଳ ବିଜୟ ସହ ପଏଣ୍ଟ ଟେବୁଲରେ ଉପରକୁ ଉଠିବା ପାଇଁ ଚେଷ୍ଟା କରିବେ । ଚେନ୍ନାଇ ନିଜର ପୂର୍ବ ଦୁଇଟି ମ୍ୟାଚରେ ଦମଦାର ବିଜୟ ସହ ସୁପର ଜିଆଣ୍ଟକୁ ଭେଟିବାକୁ ଥିବା ବେଳେ ରାହୁଲ ସେନା ପୂର୍ବ ମ୍ୟାଚରେ କୋଲକାତା ବିପକ୍ଷରେ ପରାସ୍ତ ହୋଇଛି । ତେବେ ଏହି ମ୍ୟାଚ ଆଜି ଖୁବ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଉଭୟ ଦଳ ନିକଟରେ ଦମଦାର ବ୍ୟାଟିଂ ଅର୍ଡର ରହିଛି, ତେଣୁ ଆଜି ଏଠାରେ ଏକ ହାଇ ସ୍କୋରିଙ୍ଗ ମ୍ୟାଚ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ତେବେ ଆସନତୁ ଜାଣିବା କ’ଣ ରହିପାରେ ଆଜିର ପ୍ଲେଇଙ୍ଗ-୧୧?

ଆଇପିଏଲ ଇତିହାସରେ ଚେନ୍ନାଇ ଏବଂ ଲକ୍ଷ୍ନୌ ମୋଟ ୩ ଥର ମୁହାଁମୁହିଁ ହୋଇଛନ୍ତି । ସମସ୍ତ ମ୍ୟାଚରେ ରାହୁଲଙ୍କ ସେନା ଉପରେ ଧୋନୀ ବାହିନୀ ଭାରି ପଡ଼ିଛନ୍ତି । କିନ୍ତୁ ଚଳିତବର୍ଷ ଧୋନୀଙ୍କ ପରିବର୍ତ୍ତେ ଋତୁରାଜଙ୍କ ହାତରେ ରହିଛି ନେତୃତ୍ୱ ପଦ । ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ୩ଟି ମ୍ୟାଚରୁ ୨ଟି ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ । ତେବେ ଚଳିତବର୍ଷ ରାହୁଲଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରିଛି ସୁପର ଜିଆଣ୍ଟସ । ତେବେ ଏହି ମ୍ୟାଚରେ ଉଭୟ ଦଳ ମଧ୍ୟରେ ଏକ ବଡ଼ ଫାଇଟ୍ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।

କ’ଣ ରହିବ ପ୍ଲେଇଙ୍ଗ-୧୧:

ଲକ୍ଷ୍ନୌ ସୁପର ଜିଅଣ୍ଟସ: କେ.ଏଲ ରାହୁଲ(ଅଧିନାୟକ), କ୍ୱିଣ୍ଟନ ଡି’କକ୍, ଦୀପକ ହୁଡ୍ଡା, ଆୟୁଷ ବଦୋନୀ, ମାର୍କସ ଷ୍ଟୋଇନିସ, ନିକୋଲସ ପୁରନ୍, କ୍ରୁଣାଳ ପାଣ୍ଡ୍ୟା, ମୋହସିନ ଖାନ୍, ରବି ବିଷ୍ଣୋଇ, ମୟଙ୍କ ଯାଦବ ଏବଂ ୟଶ ଠାକୁର

ଚେନ୍ନାଇ ସୁପର କିଙ୍ଗସ: ଋତୁରାଜ ଗାଏକ୍ୱାଡ(ଅଧିନାୟକ), ରଚିନ୍ ରବିନ୍ଦ୍ର, ଅଜିଙ୍କ୍ୟା ରାହାଣେ, ଶିବମ ଦୁବେ, ଡାରିଲ ମିଚେଲ, ମହେନ୍ଦ୍ର ସିଂହ ଧୋନୀ, ସମୀର ରିଜଭୀ, ତୁଷାର ଦେଶପାଣ୍ଡେ, ମୁସ୍ତାପିଜୁର ରହମାନ, ମଥୀଷା ପଥୀରାନା ।

Get real time updates directly on you device, subscribe now.