fbpx

୨୧ କିମି ଦୌଡ଼ି ଭୋଟ ଦେବାକୁ ପହଞ୍ଚିଲେ IRS ଅଫିସର

ନୂଆଦିଲ୍ଲୀ: ରାଜସ୍ଥାନର ଝୂଝୂନୁ ଜିଲ୍ଲାରେ ରହୁଥିବା ଆଇଆରଏସ ଅଫିସର ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି । ଭୋଟ ଦେବା ଲାଗି ସେ ୨୧ କିଲୋମିଟର ଯାତ୍ରା କରିଛନ୍ତି । ସହରରୁ ନିଜ ଗାଁ ପର୍ଯ୍ୟନ୍ତ ସେ ଦୌଡିଛନ୍ତି ଏବଂ ସେଠାରେ ସେ ନିଜ ମତ ସାବ୍ୟସ୍ତ କରିଛନ୍ତି । ଅଧିକାରୀଙ୍କ ପୁଅ ତାଙ୍କ ସହ ସାଇକେଲରେ ଆସୁଥିଲେ । ଏଥିସହ ଅନ୍ୟ ଲୋକ ବି ତାଙ୍କ ସହ ଥିୁଲେ । ଏହି ଅଫିସର ଜଣକ ହେଉଛନ୍ତି ସୁଶୀଲ କୁଲହରୀ.. ଯିଏ ଅନେକ ମାରାଥନରେ ଦୌଡି ସାରିଛନ୍ତି ।

ସୁଶୀଲ ଆଜି ସକାଳୁ ଜିଲ୍ଲା କଲେକ୍ଟ୍ରୀ ଅଫିସରୁ ନିଜ ଗାଁ ତିଲୋକର ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ସେ ୯ଟାରେ ପହଁଚିଥିଲେ ଏବଂ ଏହାପରେ ସେ ଭୋଟ ଦେଇଛନ୍ତି । ଏହି ଦୂରତା ୨୧କିମି ଥିଲା । କଲେକ୍ଟ୍ରିରୁ ତାଙ୍କ ସାଥୀ ଅଫିସର ତାଙ୍କୁ ଗ୍ରୀନ ସିଗନାକ ଦେଇ ଗସ୍ତ କରାଇଥିଲେ । ଏହାପରେ ସେ ଦୌଡ଼ିବା ଆରମ୍ଭ କରିଥିଲେ ।

ସୁଶୀଲ କୁଲହରୀ ସଂଯୁକ୍ତ ଆୟକର ଆୟୁକ୍ତ ସ୍ତରର ଅଫିସର ଅଟନ୍ତି । ସେ ବର୍ତ୍ତମାନ ରାଜସ୍ଥାନ ସରକାରଙ୍କ ସଂଯୁକ୍ତ ଶାସମନ ସଚିବ ଅଟନ୍ତି, ପ୍ଲାନିଙ୍ଗ ବିଭାଗର ଦାୟିତ୍ୱରେ ଅଛନ୍ତି । ସେ ଦେଶ ସାରା ଅନେକ ମାରାଥନ ଦୌଡି ସାରିଛନ୍ତି । ଏଥିରେ ନଅଟି ଫୁଲ ମାରାଥନ ଯାହା ୪୨ କିମି ଥିଲା । ୩୮ଟି ହାଫ ମାରାଥନ ଥିଲା ୍‌ାହାର ୨୧ କିମି ଥିଲା । କୁଲହରୀ ସେ ଦୌଡିସାରିଛନ୍ତି । ତେବେ ଆଗକୁ ତାଙ୍କ ପ୍ଲାନିଙ୍ଗ ଏହା ରହିଛି ।

Get real time updates directly on you device, subscribe now.