fbpx

ବାରମ୍ବାର ଅନୁକମ୍ପା ନିଯୁକ୍ତି ଦାବୀ କରିପାରିବେନି ମୃତକଙ୍କ ପରିବାର, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ

ଥିରୁବନନ୍ତପୁରମ୍‌: ଅନୁକମ୍ପାମୂଳକ ନିଯୁକ୍ତି ଉପରେ ଆଜି କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି ମୃତକ ସରକାରୀ କର୍ମଚାରୀଙ୍କ ପରିବାର ବାରମ୍ବାର ଅନୁକମ୍ପାମୂଳକ ନିଯୁକ୍ତି ଦାବୀ କରିପାରିବେ ନାହିଁ । ଏହାସହ ଜଡିତ ଏକ ମାମଲାର ଶୁଣାଣୀ ଆଜି ଉଚ୍ଚ ନ୍ୟାୟାଳୟରେ ହୋଇଥିଲା । ଏହି ମାମଲାରେ କୋର୍ଟ କହିଛନ୍ତି ଅନୁକମ୍ପା ନିଯୁକ୍ତିର ଏକ ତରିକା ନୁହେଁ ବରଂ ଏହାର ଲକ୍ଷ୍ୟ ମୃତକଙ୍କ ପରିବାରକୁ ସମସ୍ୟାରୁ ମୁକ୍ତିି ଦେବା । ଏହି ଯାଚିକା ଉପରେ ଶୁଣାଣୀ କରୁଥିବା ବିଚାରପତି ଈଶ୍ୱରନ୍ ଏସ୍ କହିଛନ୍ତି, ଏପରି ମାନିବା ଠିକ୍ ନୁହେଁ କି ଅନୁକମ୍ପା ନିଯୁକ୍ତି ଯୋଜନା ପରିବାର ସଦସ୍ୟଙ୍କ ନିଯୁକ୍ତି ଲାଗି ବାରମ୍ବାର ଦାବୀ କରିବାକୁ ଅନୁମତି ଦେଇଥାଏ । ଏହା ମନେ ରଖିବା ଉଚିତ କି ଏହା ଏକ ତରିକା ନୁହେଁ ବରଂ ଏହାର ଉଦ୍ଦେଶ୍ୟ ମୃତକଙ୍କ ପରିବାରକୁ ଅଭାବ ସମସ୍ୟାରୁ ମୁକ୍ତି ଦେବା ।

ଆରପିଏଫ୍‌ରେ କନଷ୍ଟେବଲ ରହିଥିବା ଆର୍‌.ବାଲଚନ୍ଦ୍ର ପିିଲାଇଙ୍କର ୨୦୦୬ରେ ନିଧନ ହୋଇଯାଇଥିଲା । ଏବେ ତାଙ୍କ ପୁଅ ପକ୍ଷରୁ ଯାଚିକା ଦାଖଲ କରାଯାଇଛି । ୨୦୦୬ରେ ପତ୍ନୀଙ୍କ ପକ୍ଷରୁ ଆବେଦନ କରାଯାଇଥିଲା କି ତାଙ୍କ ଝିଅକୁ ଅନୁକମ୍ପାମୂଳକ ନିଯୁକ୍ତି ମିଳୁ । କିନ୍ତୁ ତାଙ୍କ ଝିଅ ଏହି ନିଯୁକ୍ତିର ନା ଉପଯୋଗ କରିଥିଲେ ନା ଦାବୀକୁ ଛାଡିଥିଲେ । ଏହାପରେ ୨୦୧୨ରେ ମୃତ ପିଲାଇଙ୍କ ପତ୍ନୀ ପୁଣି ଆବେଦନ କରିଥିଲେ କି ତାଙ୍କ ପୁଅକୁ ଅନୁକମ୍ପାମୂଳକ ନିଯୁକ୍ତି ଦିଆଯାଉ । ୨୦୧୪ରେ ପତ୍ନୀ ଝିଅକୁ ମିଳିଥିବା ପୂର୍ବ ନିଯୁକ୍ତିକୁ ରଦ୍ଦ କରି ପୁଅକୁ ଏହା ଦେବାକୁ କହିଥିଲେ । ଏହି ସମୟରେ ସଂପୃକ୍ତ ଅଧିକାରୀ ଅନୁରୋଧକୁ ଅସ୍ୱୀକାର କରି ଦେଇଥିଲେ । ଏହାପରେ ପୁଣି ୨୦୧୮ରେ ଏକ ରିଟ୍ ଯାଚିକା ଦାଖଲ କରାଯାଇଥିଲା ।

କୋର୍ଟ ଏହି ମାମଲାରେ କହିଛନ୍ତି ପିଲାଇଙ୍କ ପତ୍ନୀ ପ୍ରଥମେ ପୁଅ ନାବାଳକ ହେବା ଯାଏ ଅପେକ୍ଷା ନ କରି ପ୍ରଥମେ ଝିଅ ନାମ ଦେଇଥିଲେ । କୋର୍ଟ କହିଛନ୍ତି ପତ୍ନୀ ଝିଅ ପାଇଁ ଭରିଥିବା ନାମାଙ୍କନ ଫେରାଇ ନେଇନାହାନ୍ତି କି ଝିଅ ବି ନିଯୁକ୍ତି ଉପରେ ନିଜର ଦାବୀ ପ୍ରତ୍ୟାହାର କରି ନେଇନାହିଁ । ଏଣୁ କୋର୍ଟ କହିଛନ୍ତି ପୁଅକୁ ଅନୁକମ୍ପା ନିଯୁକ୍ତି ଦେବା ଅନୁକମ୍ପା ନିଯୁକ୍ତି ଯୋଜନାର ମୂଳ ସିଦ୍ଧାନ୍ତର ଉଲଙ୍ଘନ ସହ ସମାନ ହେବ । କୋର୍ଟ କହିଛନ୍ତି ମୃତ୍ୟୁର ୧୮ ବର୍ଷ ପରେ କୋର୍ଟ ସଂପୃକ୍ତ ଅଧିକାରୀଙ୍କୁ ମହିଳାଙ୍କ ପୁଅକୁ ନିଯୁକ୍ତି ଦେବାକୁ ଅନୁମତି ଦେଇପାରିବେ ନାହିଁ । ଏହା କେବଳ ନିୟମ ଆଧାରରେ ହିଁ କରାଯିବା ଉଚିତ ।

Get real time updates directly on you device, subscribe now.