ପୁରୀ ସହ ଯୋଡ଼ି ହେବ ଦେଶର ତୀର୍ଥକ୍ଷେତ୍ର, ୫ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳ ପାଇଁ ଗଡ଼ିଲା ସୁପର ପ୍ରିମୟମ ବସ୍
ତିରୁପତି, ଅଯୋଧ୍ୟା, ଉଜ୍ଜୟିନୀ, ହାଇଦ୍ରାବାଦ ଓ ଭିଲାଇକୁ ଗଡ଼ିଲା ବସ୍ ।
ଭୁବନେଶ୍ବର: ପୁରୀ ଜଗନ୍ନାଥ ଧାମରୁ ଦେଶର ପ୍ରମୁଖ ଧାର୍ମିକ ସ୍ଥଳକୁ ଜଗନ୍ନାଥ ଏକ୍ସପ୍ରେସ ଗଡିଛି । ପୁରୀରୁ ୫ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳ ପାଇଁ ସୁପର ପ୍ରିମିୟମ ବସ ସେବା ଆଜି ଆରମ୍ଭ ହୋଇଛି ।
ଗଡ଼ିଲା 5 ବସ୍- ପୁରୀରୁ ତିରୁପତି, ଅଯୋଧ୍ୟା, ଉଜ୍ଜୟିନୀ, ହାଇଦ୍ରାବାଦ ଓ ଭିଲାଇକୁ ଗଡ଼ିଲା ବସ୍ । କିଲୋମିଟର ପିଛା ପୁରୁଷଙ୍କ ପାଇଁ ୨ ଟଙ୍କା ଓ ମହିଳାଙ୍କ ପାଇଁ ୧ ଟଙ୍କା ଲାଗୁ କରାଯାଇଛି । ଭୁବନେଶ୍ବରରୁ ହାଇଦ୍ରାବାଦ୍, ବିଶାଖାପାଟନମକୁ ଗଡ଼ିଛି OSRTC ବସ୍ ।
ରାଜ୍ୟରେ ମୋହନ ସରକାରଙ୍କ ବର୍ଷପୂର୍ତ୍ତି ଉପଲକ୍ଷେ ଏହି ଯୋଜନା ଆରମ୍ଭ କରାଯାଇଥିବା ସୂଚନା ରହିଛି । ରାଜ୍ୟ ଓଡିଶା ସଡକ ପରିବହନ ନିଗମ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା ।
ଗତକାଲି ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିଥିବା ବେଳେ ଆଜି ପୁରୀ ବସଷ୍ଟାଣ୍ଡରୁ ବାହାରିଛି ବସ୍ । OSRTC ଅଧିକାରୀମାନେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।