CHARIDHAM

Murder Caseରେ ଗିରଫ ହେଲେ ସୁପରଷ୍ଟାର: ପୋଲିସକୁ ଦର୍ଶନଙ୍କ ନାଁରେ ଅଭିଯୋଗ

ନୂଆଦିଲ୍ଲୀ: କନ୍ନଡ଼ ସିନେମାର ସୁପରଷ୍ଟାର ଦର୍ଶନଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଛି ପୋଲିସ । ଦର୍ଶନଙ୍କ ନାମରେ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରିଛି । ମୈସୁରରେ ପୋଲିସ ଦର୍ଶନଙ୍କୁ ଗିରଫ କରି ପଚରାଉଚରା ପାଇଁ ତାଙ୍କୁ ବେଙ୍ଗଲୁରୁ ନେଇଛି ପୋଲିସ । ଚିତ୍ରଦୁର୍ଗର ରେଣୁକା ସ୍ୱାମୀ ମର୍ଡର କେସରେ ଜଣେ ଅଭିଯୁକ୍ତ ଦର୍ଶନଙ୍କ ନାମରେ ପୋଲିସକୁ ବୟାନ ଦେଇଛି । ଅଭିଯୁକ୍ତର ବୟାନ ଆଧାରରେ ଦର୍ଶନଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ପୋଲିସ । ଦର୍ଶନ ଲଗାତାର ଅଭିଯୁକ୍ତର ସମ୍ପର୍କରେ ରହିଥିବା ନେଇ ଅଭିଯୋଗ ହୋଇଛି ।

ଏ ନେଇ ପୋଲିସ କହିଛି ଯେ, ଏହି ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ନିଜ ବୟାନରେ ଦର୍ଶନଙ୍କ ନାମ ନେଇଛି । ତେବେ ପୋଲିସ ଅଭିଯୁକ୍ତର ବୟାନକୁ ଆଧାର କରି ଦର୍ଶନଙ୍କୁ ହେପାଜତକୁ ନେଇଛି । ପୋଲିସ ଅନୁସାରେ, ଦର୍ଶନ ଏବଂ ମାମଲା ସହ ଜଡ଼ିତ ୯ ଜଣ ଲୋକଙ୍କୁ ଚିତ୍ରଦୁର୍ଗର ରେଣୁକା ସ୍ୱାମୀ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ଘଟଣାରେ ଗିରଫ କରାଯାଇଛି । ରିପୋର୍ଟ ଅନୁଯାୟୀ, ରେଣୁକାସ୍ୱାମୀ ପ୍ରଥମେ ଚିତ୍ରାଦୁରଗାରୁ ଅପହରଣ ହୋଇଥିଲେ ଏବଂ ଏହା ପରେ ତାଙ୍କ ମୃତଦେହ ସହରର ପଶ୍ଚିମ ଭାଗର କାମାକ୍ସିପାଲିଆରେ ମିଳିଥିଲା।

ବେଙ୍ଗଲୁରୁ ପୋଲିସ କହିଛି, “ସିସିଟିଭି ଯାଞ୍ଚ କରାଯାଇଥିଲା ଏବଂ ପୀଡ଼ିତା ଜଣକ ଚିତ୍ରଦୁର୍ଗ ନିବାସୀ ରେଣୁକାସ୍ୱାମୀ ବୋଲି ଚିହ୍ନଟ କରାଯାଇଥିଲା। ତେବେ ଏ ନେଇ ତଦନ୍ତ ଜାରି ରହିଥିବା ବେଳେ ସୁପରଷ୍ଟାର ଦର୍ଶନଙ୍କ ନାଁ ନେଇଥିଲା ଗିରଫ ଅଭିଯୁକ୍ତ । ଏହାପରେ ପୋଲିସ ଦର୍ଶନଙ୍କୁ ଗିରଫ କରିବା ସହ ହେପାଜତକୁ ନେଇ ତାଙ୍କୁ  ପଚରାଉଚରା ଜାରି ରଖିଛି ।