ଭୁବନେଶ୍ୱର: ଯୁଗ ଯେତେ ଆଧୁନିକତାକୁ ଗତି କଲେ ବି ଲୋକମାନଙ୍କ ମନରୁ ଆଜି ବି ଗୁଣି ଗାରେଡି ବା ଅନ୍ଧ ବିଶ୍ୱାସ ଯିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ବିଗତ ୫ ବର୍ଷରେ ୪୦୮ ଗୁଣି ଗାରେଡ଼ି ମାମଲା ରୁଜୁ ହୋଇଛି ।
ମୟୂରଭଞ୍ଜ ଜିଲ୍ଲାରେ ଏହି ଗୁଣି ଗାରେଡ଼ି ମାମଲା ସବୁଠାରୁ ଅଧିକ ରହିଛି । ୫ ବର୍ଷରେ ଏହି ଜିଲ୍ଲାରୁ ପ୍ରାୟ ୯୩ ଜଣ ଗିରଫ ହୋଇଛନ୍ତି । ସେହିପରି ୨୦୨୨ରେ ଗଞ୍ଜାମ ଜିଲ୍ଲାରୁ ୩୨ ଜଣ ଗିରଫ ହୋଇଛନ୍ତି ।