fbpx

ଝିଅଙ୍କୁ ମିଳିଲା ଆଉ ଏକ ସ୍ୱାଧୀନତା: ଦେଇପାରିବେ NDA ପରୀକ୍ଷା, କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏଣିକି ଝିଅମାନେ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷା ଦେଇପାରିବେ । ଝିଅମାନେ NDA ପରୀକ୍ଷା ଦେଇପାରିବା ନେଇ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେପ୍ଟେମ୍ବର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷା ଝିଅ ଦେଇପାରିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି । ଏହି ଶୁଣାଣି ବେଳେ ଲିଙ୍ଗଗତ ବାଛବିଚାର ନେଇ ସେନାକୁ ଭତ୍ସନା କରିଛନ୍ତି ସର୍ବୋଚ୍ଚ କୋର୍ଟ । ନାମଲେଖା ନେଇ ସୁପ୍ରିମକୋର୍ଟ ପରବର୍ତ୍ତୀ ପର୍ଯ୍ୟାୟରେ ଚୂଡ଼ାନ୍ତ ରାୟ ଦେବେ । ସୁପ୍ରିମକୋର୍ଟ ବିଚାରପତି ସଞ୍ଜୟ କ୍ରିଷ୍ଣା କୋଏଲ ଓ ଜଷ୍ଟିସ୍ ହୃଷିକେଶ ରାୟ ଏହି ରାୟ ଦେଇଛନ୍ତି । ଝିଅମାନେଏନଡିଏ ପରୀକ୍ଷା ଦେବା ପାଇଁ ଅନୁମତିକୁ ନେଇ ସୁପ୍ରିମକୋର୍ଟରେ ଏକ ପିଆଇଏଲ ହୋଇଥିଲା । ଝିଅମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ନଦେବା ଅର୍ଥାତ୍ ଏହା ସମ୍ବାଧିନର ଧାରା ୧୪, ୧୫, ୧୬ ଓ ୧୯ର ଉଲ୍ଲଙ୍ଘନ କରୁଥିବା ଦର୍ଶାଯାଇଥିଲା ।

ତେବେ ସୈନିକ ସ୍କୁଲଗୁଡିକରେ ଗତବର୍ଷ ଝିଅମାନଙ୍କୁ ପରୀକ୍ଷାମୂଳକ ଭିତ୍ତିରେ ନେବା ଆରମ୍ଭ କରିଛନ୍ତି । ୧୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଝିଅମାନଙ୍କୁ ସୈନିକ ସ୍କୁଲରେ ଆଡମିଶନ ଦିଆଯିବ ବୋଲି ଲାଲକିଲ୍ଲାରେ ଘୋଷଣା କରିଥିଲେ ।

Get real time updates directly on you device, subscribe now.