fbpx
BJD SKY
BJD SKY

ପାକିସ୍ତାନକୁ ୧୪ ଅଗଷ୍ଟରେ ଅଭିନନ୍ଦନ ଜଣାଇବା ଅପରାଧ କି? ଜାଣନ୍ତୁ କ’ଣ କହୁଛନ୍ତି ସୁପ୍ରିମକୋର୍ଟ

BJD

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ, ଜାମ୍ମୁ କାଶ୍ମୀରରୁ ଧାରା ୩୭୦ କୁ ହଟାଇବା କିମ୍ବା ଅଗଷ୍ଟ ୫ କୁ ‘ବ୍ଲାକ ଡେ’ ବୋଲି କହିବା ଅପରାଧ ନୁହେଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ଜାମ୍ମୁ କାଶ୍ମୀରର ସ୍ଥିତିର ପରିବର୍ତ୍ତନକୁ ଆଲୋଚନା କରିବାର ପ୍ରତ୍ୟେକ ନାଗରିକଙ୍କର ଅଧିକାର ରହିଛି। ଧାରା ୧୯ ଅନୁଯାୟୀ ଦେଶର ନାଗରିକମାନେ ନିଜର ବିରୋଧ ପଞ୍ଜିକରଣ କରିବାର ଅଧିକାର ପାଇଛନ୍ତି। ଯଦି ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତିକୁ ସମାଲୋଚନା କରିବା ପାଇଁ ଆଇପିସିର ଧାରା ୧୫୩-ଏ ଅନୁଯାୟୀ ଏହି ମାମଲା ପଞ୍ଜିକୃତ ହୁଏ, ତେବେ ଗଣତନ୍ତ୍ର ବଞ୍ଚିବ ନାହିଁ।

ସୁପ୍ରିମକୋର୍ଟ ଏହି ନିଷ୍ପତ୍ତିରେ ଆହୁରି କହିଛନ୍ତି ଯେ ଯଦି ଭାରତର ଜଣେ ନାଗରିକ ପାକିସ୍ତାନର ନାଗରିକମାନଙ୍କୁ ୧୪ ଅଗଷ୍ଟ (ପାକିସ୍ତାନର ସ୍ୱାଧୀନତା ଦିବସ) ରେ ଅଭିନନ୍ଦନ ଜଣାନ୍ତି, ତେବେ ଏଥିରେ କିଛି ଭୁଲ ନାହିଁ। ଶୁଭେଚ୍ଛା ଜଣାଇବାର ଏହା ଏକ ଉପାୟ। ଏଭଳି ପରିସ୍ଥିତିରେ ଦୁଇ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ ବୋଲି କୁହାଯାଇପାରିବ ନାହିଁ। ନିଜ ଧର୍ମ ଆଧାରରେ ଜଣେ ବ୍ୟକ୍ତିଙ୍କ ଉପରେ ଏପରି ସନ୍ଦେହ କରିବା ଠିକ୍ ନୁହେଁ।

ମହାରାଷ୍ଟ୍ରର କୋଲହାପୁର କଲେଜରେ କାର୍ଯ୍ୟ କରୁଥିବା କାଶ୍ମୀରୀ ପ୍ରଫେସର ଜାଭେଦ୍ ଅହମ୍ମଦଙ୍କ ବିରୋଧରେ ଦାଖଲ ହୋଇଥିବା ୧୫୩-ଏ ମାମଲା ଶେଷ କରିବାବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ପ୍ରଫେସର ‘୫ ଅଗଷ୍ଟ ଦିନ ଜାମ୍ମୁ କାଶ୍ମୀର ପାଇଁ ବ୍ଲାକ ଡେ କହିଥିଲେ’ ଏବଂ ‘୧୪ ଅଗଷ୍ଟରେ ହାପି ଇଣ୍ଡିପେଣ୍ଡେନ୍ସ ଡେ’ ପାକିସ୍ତାନ’ ଲେଖି ହ୍ୱାଟ୍ସଆପ ଷ୍ଟାଟସ ଦେଇଥିଲେ ଏବଂ ତାକୁ ଗ୍ରୁପରେ ସେୟାର କରିଥିଲେ ।

Get real time updates directly on you device, subscribe now.