fbpx

MTP Actକୁ ନେଇ ନିୟମ ପରିବର୍ତ୍ତନ: ନୂଆ ନିଷ୍ପତ୍ତି ନେଲେ ମାନ୍ୟବର ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହିଳାମାନଙ୍କୁ ବିଭିନ୍ନ ଦିଗରେ ସମର୍ଥନ ଦେଉଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ପୁରୁଷଙ୍କ ଭଳି ସେମାନଭ୍କୁ ମଧ୍ୟ ପ୍ରାଧାନ୍ୟ ଦେବା ପାଇଁ କୋର୍ଟ ପ୍ରୟାସ ଜାରି ରଖିଛନ୍ତି । ତେଣୁ ମହିଳାମାନଙ୍କୁ ନେଇ ସେ ଆଉ ଏକ ଐତିହାସିକ ରାୟ ଶୁଣାଇଛନ୍ତି । ବିବାହିତ ମହିଳାଙ୍କ ପରି ଏବେ ଅବିବାହିତ ମହିଳାଙ୍କୁ ବି ମିଳିବ ଗର୍ଭପାତର ଅନୁମତି । ଏଣିକି ନିରାପଦ ଏବଂ ବୈଧ ପ୍ରକ୍ରିୟାରେ ଗର୍ଭପାତ କରିପାରିବେ ସମସ୍ତ ମହିଳା । ଅନିଚ୍ଛାକୃତ ଗର୍ଭଧାରଣକୁ ଗର୍ଭପାତ କରିବାର ଅଧିକାର ଦେଇଛନ୍ତି ସୁପ୍ରିମକୋର୍ଟ । ତେଣୁ ଏମଟିପି ଆକ୍ଟ ଏବଂ ଏହା ସହ ଜଡିତ ନିୟମରେ ସଂଶୋଧନ କରାଯାଇଛି ।

ବିବାହିତ ମହିଳାମାନଙ୍କୁ ଗର୍ଭପାତ କରିବା ପାଇଁ ୨୦ରୁ ୨୪ ସପ୍ତାହ ସମୟ ଦିଆଯାଉଛି । ତେବେ ଅବିବାହିତ ମହିଳାମାନଙ୍କ ସହ କାହିଁକି ବାଛବଚାର କରାଯିବ ବୋଲି ଯୁକ୍ତି ବାଢିଛନ୍ତି ସୁପ୍ରିମକୋର୍ଟ । ଗର୍ଭଧାରଣ ନିୟମର ମେଡିକାଲ ଟର୍ମିନେସନ ନିୟମ 3Bର ବିିସ୍ତାର କରାଯାଇଛି । ଯେଉଁଥିରେ ସୁପ୍ରିମକୋର୍ଟ ଅସୁରକ୍ଷିତ ଗର୍ଭପାତକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।

ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଏକ ବେଞ୍ଚ କହିଛନ୍ତି, ଜଣେ ଅବିବାହିତା ମହିଳାଙ୍କୁ ଅବାଞ୍ଛିତ ଗର୍ଭଧାରଣର ଶିକାର ହେବାକୁ ଅନୁମତି ଦେବା ଗର୍ଭଧାରଣର ମେଡିକାଲ୍ ଟର୍ମିନେସନ୍ (ଗଞଚ) ଆଇନର ଉଦ୍ଦେଶ୍ୟ ଏବଂ ଭାବନାର ବିରୁଦ୍ଧାଚରଣ ହେବ । ୨୦୨୧ର ସଂଶୋଧନ ପରେ ଗର୍ଭବତୀ ଆଇନର ମେଡିକାଲ ଟର୍ମିନେସନ୍ ଧାରା -୩ରେ ସ୍ୱାମୀଙ୍କ ବଦଳରେ ପାର୍ଟନର ଶବ୍ଦ ବ୍ୟବହାର କରାଯାଉଥିବା ସୁପ୍ରିମକୋର୍ଟ କହିଛନ୍ତି ।

ଭାରତରେ ୬୦ ପ୍ରତିଶତ ମହିଳା ଅସୁରକ୍ଷିତ ଭାବେ ଗର୍ଭପାତ କରୁଛନ୍ତି । ଭାରତରେ ମାତୃ ମୃତ୍ୟୁହାର ବୃଦ୍ଧି ପାଇବାରେ ଅସୁରକ୍ଷିତ ଗର୍ଭପାତ ତୃତୀୟ ବଡ କାରଣ । ଗର୍ଭପାତ ଆଇନ ଅନୁଯାୟୀ, ଗର୍ଭଧାରଣର ୨୪ ସପ୍ତାହ ପର୍ୟ୍ୟନ୍ତ ମହିଳାମାନଙ୍କୁ ଗର୍ଭପାତ କରିବାକୁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.