fbpx

ମହେଶ ବାବୁଙ୍କ ମାତୃ ବିୟୋଗ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ମାତୃ ବିୟୋଗ ଘଟିଛି । ମହେଶଙ୍କ ମା’ ଇନ୍ଦିରା ଦେବୀଙ୍କ ପରଲୋକରେ ସାରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି । ଏନେଇ ମହେଶ, ତାଙ୍କର ପତ୍ନୀ ନମ୍ରତା, ଝିଅ ସିତାରା ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଇନ୍ଦିରାଙ୍କ ଅନ୍ତିମ ସଂସ୍କାର ବେଳର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ଫଟୋର ମହେଶଙ୍କ ସହିତ ତାଙ୍କର ପତ୍ନୀ ଓ ପିଲାମାନେ ଦୁଃଖରେ କାନ୍ଦୁଥିବା ଦେଖାଯାଉଛି । ଏବେ ମହେଶ ମା’ଙ୍କର ଏକ ଫଟୋ ଶେୟାର କରିଛନ୍ତି । ସେ ମା’ଙ୍କୁ ବହୁତ ମିସ୍ କରୁଥିବା ମହେଶଙ୍କ ଏହି ଇମୋସନାଲ ପୋଷ୍ଟରୁ ଜଣାପଡ଼ୁଛି । ଏଥିସହିତ ଅନ୍ତିମ ସଂସ୍କାର ସମୟରେ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ । ସେଲିବ୍ରେଟି, ଫ୍ୟାନ୍ସ ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ମହେଶଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିଲେ । ମା’ଙ୍କ ପରଲୋକରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ମହେଶ । ସେ ମା’ଙ୍କର ଏକ ପୁରୁଣା ଫଟୋ ଇନଷ୍ଟାଗ୍ରାମରେ ଶେୟାର କରି ଅତୀତର ସ୍ମୃତିକୁ ସ୍ମରଣ କରିଛନ୍ତି ।

Get real time updates directly on you device, subscribe now.