fbpx

ବିହାରର ପୂର୍ବତନ ମନ୍ତ୍ରୀ ବ୍ରଜ ବିହାରୀ ପ୍ରସାଦ ହତ୍ୟା ମାମଲାରେ ରାୟ ଶୁଣାଇଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମନ୍ତ୍ରୀ ବ୍ରଜ ବିହାରୀ ପ୍ରସାଦ ହତ୍ୟା ମାମଲାରେ ଆଜି ସୁପ୍ରିମ୍ କୋର୍ଟ ରାୟ ଶୁଣାଇଛନ୍ତି । ଏହି ମାମଲାରେ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଦୋଷୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୂର୍ବତନ ବିଧାୟକ ମୁନ୍ନା ଶୁକ୍ଳା । ପୂର୍ବତନ ସାଂସଦ ସୁରଜ ଭାନ ସିଂହଙ୍କୁ ଦୋଷମୁକ୍ତ କରାଯାଇଛି ।

ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ ଆର ମହାଦେବନଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଏହା ପୂର୍ବରୁ ପାଟନା ହାଇକୋର୍ଟ ସମସ୍ତ ୮ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ । ୨୦୧୪ରେ ପାଟନା ହାଇକୋର୍ଟ ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ପାଇଁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରୁଥିଲେ ।

ପୂର୍ବତନ ବିଜେପି ସାଂସଦ ତଥା ବ୍ରଜ ବିହାରୀ ପ୍ରସାଦଙ୍କ ପତ୍ନୀ ରମା ଦେବୀ ଏବଂ ସିବିଆଇ ଏହି ପିଟିସନ ଦାଖଲ କରିଥିଲେ । ରମା ଦେବୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଅଗ୍ରୱାଲ ମାମଲା ପରିଚାଳନା କରିଥିଲେ । ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରି ହାଇକୋର୍ଟ ନିଜ ନିଷ୍ପତ୍ତିରେ ଭୁଲ୍ କରିଛନ୍ତି ବୋଲି ସେମାନେ ଯୁକ୍ତି ବାଢ଼ିଥିଲେ ।

Get real time updates directly on you device, subscribe now.