fbpx

ହେଟ୍ ସ୍ପିଚ୍‌ ମାମଲାରେ କଠୋର ହେଲେ ସୁପ୍ରିମକୋର୍ଟ, ନିଜେ ମାମଲା ରୁଜୁ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ, କୌଣସି ଧର୍ମ ନଦେଖି ହେଉ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୂଣାଣି ହୋଇଛି । କୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚକୁ ହେଟ୍ ସ୍ପିଚ୍ ମାମଲାର ସ୍ୱତ ସଜ୍ଞାନ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁବାକୁ କହିଥିଲେ । କୋର୍ଟ ତାଙ୍କର ୨୦୨୨ ଆଦେଶକୁରକୁ ସମସ୍ତ ରାଝ୍ୟ ଏବଂ କେନ୍ଦ୍ରଶଶାସିତ ପର୍ଯନ୍ତ ବିସ୍ତାର କରିଥିଲେ । ଏହି ଅବସରରେ ଶୀର୍ଷ ଅଦାଲତ କହିଛନ୍ତି ଯେ ଭାରତର ଧର୍ମନିରପେକ୍ଷ ଚରିତ୍ରକୁ ବଜାୟ ରଖିବା ପାଇଁ, ଧର୍ମ ନିର୍ବିଶେଷରେ ଯେଉଁମାନେ ଭୁଲ୍ କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ଏହାପୂର୍ବରୁ ସୁପ୍ରିମକୋର୍ଟ କେବଳ ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଏହି ନିର୍ଦ୍ଦେଶ ସବୁ ରାଜ୍ୟକୁ ଦିଆଯାଇଛି। ଶୁଣାଣି ସମୟରେ ଜଷ୍ଟିସ କେ.ଏମ ଜୋସେଫ କହିଛନ୍ତି ଯେ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ଦେଶର ଭାବମୂର୍ତ୍ତି ଉପରେ ପ୍ରଭାବ ପକାଉଛି, ଯାହା ଏକ ଗୁରୁତର ଅପରାଧ। ଏହା ସହିତ ଏଭଳି ମନ୍ତବ୍ୟ ଆମ ଗଣତନ୍ତ୍ରର ହୃଦୟ ଏବଂ ଲୋକଙ୍କ ସମ୍ମାନ ଉପରେ ପ୍ରଭାବ ପକାଉଛି।

ଘୃଣା ସୃଷ୍ଟିକାରୀ ଭାଷଣ ମାମଲାର ଏକ ପୂର୍ବ ଶୁଣାଣିରେ ସୁପ୍ରିମକୋର୍ଟ କହିଛନ୍ତି- ଘୃଣା ଭାଷଣ ଉପରେ ବଢୁଥିବା ସହମତି ପ୍ରକାଶ ପାଇଛି ଏବଂ ଭାରତ ଭଳି ଏକ ଧର୍ମନିରପେକ୍ଷ ଦେଶରେ ଧର୍ମ ଆଧାରରେ ଘୃଣା ଅପରାଧର କୌଣସି ସୁଯୋଗ ନାହିଁ। ଘୃଣା ଭାଷଣରେ କୌଣସି ଆପୋଷ ବୁଝାମଣା ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ଘୃଣା ଭାଷଣର ସମସ୍ୟା ରୂପେ ରାଜ୍ୟ ଗ୍ରହଣ କରେ ତେବେ ଏହାର ସମାଧାନ ହୋଇପାରିବ। ଏଥିସହିତ ସେ ଏହା ମଧ୍ୟ କହିଛନ୍ତି ଯେ ନାଗରିକମାନଙ୍କୁ ଏପରି ଘୃଣ୍ୟ ଅପରାଧରୁ ରକ୍ଷା କରିବା ରାଜ୍ୟର ପ୍ରାଥମିକ କର୍ତ୍ତବ୍ୟ ଅଟେ।

Get real time updates directly on you device, subscribe now.