fbpx

WTC ଫାଇନାଲ ମ୍ୟାଚରେ ଅଧିନାୟକ ହୋଇପାରନ୍ତି ବିରାଟ: ପୂର୍ବତନ କୋଚ କହିଲେ ଏମିତି

ନୂଆଦିଲ୍ଲୀ: ଜୁନ୍ ୭ ତାରିଖ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଟିମ ଇଣ୍ଡିଆ । କିନ୍ତୁ ଏହାପୂର୍ବରୁ ଭାରତୀୟ ଦଳକୁ ନେଇ ଏକ ବଡ ଖବର ସାମନାକୁ ଆସିଛି । ଏହି ହାଇ ଭୋଲ୍ଟେଜ ମ୍ୟାଚ ପୂର୍ବରୁ ବଦଳିପାରନ୍ତି ଦଳର ଅଧିନାୟକ । ରୋହିତ ଶର୍ମାଙ୍କ ସ୍ଥାନରେ ପୁଣି ଥରେ ନେତୃତ୍ୱ ନେଇ ପାରନ୍ତି କିଙ୍ଗ କୋହଲି । ଭାରତ ପୁଣି ଥରେ ବିରାଟଙ୍କ ନେତୃତ୍ୱ ଖେଳିପାରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ । ଏ ନେଇ ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ ନିଜ ବୟାନ ଦେଇଛନ୍ତି ।

Exclusive! Whole UK is open: Ravi Shastri's defence to book launch being  blamed for incomplete England

ପୂର୍ବତନ ହେଡ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି ଯେ, ବିରାଟଙ୍କ ଇଂଲଣ୍ଡ ବିପକ୍ଷ ବମିଂହାମ ଟେଷ୍ଟରେ ନେତୃତ୍ୱ ନେବା ଆବଶ୍ୟକ ଥିଲା । ଏହି ମ୍ୟାଚରେ ରୋହିତ ଶର୍ମା କରୋନା ଯୋଗୁଁ ଦଳରୁ ବାଦ୍ ପଡିଥିବା ବେଳେ ଷ୍ଟାର ବୋଲର ଜଶପ୍ରୀତ ବୁମରାହ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ । ତେବେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲରେ ବିରାଟଙ୍କ ନେତୃତ୍ୱ ନେବା ମାମଲାକୁ ନେଇ ନିଜୟ ବୟାନ ରକିଛନ୍ତି ଶାସ୍ତ୍ରୀ । ସେ କହିଛନ୍ତି, କୋହଲି ଏହି ଫାଇନାଲ ମ୍ୟାଚରେ ମଧ୍ୟ ଅଧିନାୟକ ହୋଇପାରନ୍ତି । ତେବେ ବର୍ତ୍ତମାନ ଅଧିନାୟକ ରୋହିତ ଶର୍ମା ଫିଟ ରହିବା ଗୁରୁତ୍ୱପୂର୍ଣ୍ଣ ରହିବ । କିନ୍ତୁ ଭଗବାନ ନ କରନ୍ତୁ ଯଦି ଏମିତି ହୁଏ, ତେବେ ବିରାଟ କୋହଲିଙ୍କୁ ଦଳର ନେତୃତ୍ୱ ନେବା ଉଚିତ । ଏହାପରେ ଶାସ୍ତ୍ରୀ କହିଥିଲେ ଯେ, ଯଦି ବର୍ମିଂହାମ ଟେଷ୍ଟରେ ମୁଁ ହେଡ କୋଚ ଭୂମିକାରେ ରହିଥାନ୍ତି, ତେବେ ବୁମରାହଙ୍କ ସ୍ଥାନରେ ଅଧିନାୟକ ପଦ ବିରାଟ ଦେଇଥାନ୍ତି । କାରଣ କୋହଲିଙ୍କ ନେତୃତ୍ୱରେ ହିଁ ଭାରତ ଇଂଲଣ୍ଡକୁ ୨-୧ରେ ଆଗୁଆ ରହିଥିଲା । କିନ୍ତୁ ଏହି ନିଷ୍ପତ୍ତି ଭାରତକୁ ପରାଜୟ ମୁହଁକୁ ନେଇ ଯାଇଥିଲା । ଫଳରେ ସରିଜ ବିଜୟ ଲକ୍ଷ୍ୟଭ୍ରଷ୍ଟ ହେବା ସହ ସିରିଜ ୨-୨ରେ ବରାବର ରହିଥିଲା ।

IND vs AUS 4th Test Most wins by an India captain in BGT Rohit sharma Virat  Kohli Ajinkya rahane | अहमदाबाद टेस्ट जीतते ही की​र्तिमान रचेंगे रोहित  शर्मा, विराट कोहली और सौरव

ଏହାପରେ ରବି ଶାସ୍ତ୍ରୀ ଧୋନୀଙ୍କୁ ନେଇ ମଧ୍ୟ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଏସିଆ କପରେ ଅଚାନକ ଏମ.ଏସ ଧୋନୀଙ୍କୁ ନେତୃତ୍ୱ ନେବାର ସୁଯୋଗ ମିଳିଥିଲା, ଯାହା ଫଳରେ ସେ ଏକ ମାଇଲଷ୍ଟୋନ ତିଆରି କରି ପାରିଥିଲେ । ତେଣୁ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ କୋହଲି ଭାରତର ନେତୃତ୍ୱ ନେଲେ ସେଭଳି ଏକ ମାଇଲଷ୍ଟୋନ ପ୍ରସ୍ତୁତ ହୋଇପାରେ ବୋଲି ଆଶା ରକିଛନ୍ତି ପୂର୍ବତନ କୋଚ ରବି ଶାସ୍ତ୍ରୀ । ତେବେ ଏହି ମ୍ୟାଚରେ କିଏ ଦଳର ନେତୃତ୍ୱ ନେବେ ତାହା ଆଗକୁ ଜଣା ପଡିବ ।

Get real time updates directly on you device, subscribe now.