fbpx

ରାଜ୍ୟରେ କାଳବୈଶାଖୀ ପାଇଁ ଆଲର୍ଟ ଜାରି: ୨୧ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଥିବା କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି । ଏଥିପାଇଁ ବିଭିନ୍ନ ଜିଲ୍ଲାରେ ବର୍ଷା ମଧ୍ୟ ଲାଗି ରହିଛି । ତେବେ ଏହା ମଧ୍ୟରେ ଆହୁରି କିଛି ଦିନ ପାଇଁ ଆଲର୍ଟ ଜାରି ରଖିଛି ପାଣିପାଗ ବିଭାଗ । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଲାଗି ରହିବ । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କବାଣୀ ଜାରି କରାଯାଇଛି । ତେବେ ଆଜି ପାଇଁ ୨୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଓଡିଶାରେ ଜାରି ରହିଥିବା କାଳବୈଶାଖୀକୁ ନଜରରେ ରଖି ୨୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଏହି ତାଲିକାରେ ରାଜ୍ୟର ସମସ୍ତ ଉପକୂଳ ଜିଲ୍ଲା ସହିତ ପଶ୍ଚିମ ଓଡିଶାର କିଛି ଜିଲ୍ଲା ସାମିଲ ରହିଛି । କାଳବୈଶାକୀର ପ୍ରଭାବରେ ଏହି ସ୍ଥାନଗୁଡିକରେ ଘଡଘଡି ସହ ବର୍ଷା ଏବଂ ୩୦/୪୦ କି.ମି ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି । ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହେବା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି । ବର୍ଷାକୁ ଆଖି ଆଗରେ ରଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.