ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନରେ ମୋହର ଲଗାଇଲେ ସୁପ୍ରିମକୋର୍ଟ, ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇପାରିବ
ଶ୍ବବିଦ୍ୟାଳୟ କୁଳପତି ଓ ଶିକ୍ଷକ ନିଯୁକ୍ତି ପ୍ରତିବନ୍ଧକ ହଟିଲା ।
ନୂଆଦିଲ୍ଲୀ: ବିଶ୍ବବିଦ୍ୟାଳୟ କୁଳପତି ଓ ଶିକ୍ଷକ ନିଯୁକ୍ତି ପ୍ରତିବନ୍ଧକ ହଟିଲା । ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନରେ ଆଜି ସୁପ୍ରିମକୋର୍ଟ ମୋହର ଲଗାଇଛନ୍ତି ।
୪ ବର୍ଷ ହେଲା ନିଯୁକ୍ତି ନେଇ ଅଚଳାବସ୍ଥା ଦେଖାଯାଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇପାରିବ । UGC ନିୟମ ସହିତ ସଂଶୋଧିତ ଆଇନ ଖାପ ଖୁଆଉଥିବା ଦର୍ଶାଇଲେ ସୁପ୍ରିମକୋର୍ଟ ।
ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ରହିତାଦେଶ ହଟିଲା । ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ AG ପୀତାମ୍ବର ଆଚାର୍ଯ୍ୟ । ଆଜି ନେଇ ସୁପ୍ରିମକୋର୍ଟ ଶୁଣାଣି କରିବା ସହିତ ମୋହର ଲଗାଇଛନ୍ତି ।