fbpx

ନକଲି ପ୍ରମାଣପତ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ

କୋଲକାତା: ପଶ୍ଚିମବଙ୍ଗରେ ନକଲି ପ୍ରମାଣପତ୍ର ମାମଲାରେ କୋଲକାତା ହାଇକୋର୍ଟ ୨ ଜଣ ବିଚାରପତିଙ୍କ ଝଗଡ଼ା ମଧ୍ୟରେ ହସ୍ତକ୍ଷେପ କରିଛନ୍ତି । ସୁପ୍ରିମକୋର୍ଟରେ ଉଔଓ ଡି ୱାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍ ସଞ୍ଜିବ ଖନ୍ନା, ଜଷ୍ଟିସ୍ ବିଆର ଗୱଇ ଏବଂ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କ ଏକ ସମ୍ବିଧାନ ପୀଠ ଶନିବାର ଏହି ମାମଲାର ଶୁଣାଣି କରିଛନ୍ତି । କଲିକତା ହାଇକୋର୍ଟର ଏକକ ବିଚାରପତି ଏବଂ ଡିଭିଜନ ବେଞ୍ଚ ଦ୍ୱାରା ଏହି ମାମଲାର ଶୁଣାଣି ସ୍ଥଗିତ ରଖାଯାଇଥିଲା । ଏହା ସହ ସିବିଆଇ ତଦନ୍ତ ପାଇଁ ଏକକ ବିଚାରପତିଙ୍କ ଆଦେଶ ମଧ୍ୟ ସ୍ଥଗିତ ରଖାଯାଇଛି । ଏହି ମାମଲା ଉପରେ ସୋମବାର ଶୁଣାଣି କରାଯିବା ନେଇ ସମ୍ବିଧାନ ପୀଠ କହିଛି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାର ଏବଂ ହାଇକୋର୍ଟ ଆବେଦନକାରୀଙ୍କୁ ନୋଟିସ ଜାରି କରିଛନ୍ତି ।

ସୂଚନାରୁ ପ୍ରକାଶ ଯେ କୋଲକାତା ହାଇକୋର୍ଟ ବୁଧବାର ଏକ ଆଦେଶ ପାରିତ କରି ନକଲି ପ୍ରମାଣପତ୍ର ମାମଲା ସହ ଜଡ଼ିତ ଦଲିଲଗୁଡ଼ିକୁ ପଶ୍ଚିମବଙ୍ଗ ପୋଲିସକୁ ହସ୍ତାନ୍ତର କରିବା ପାଇଁ କହିଥିଲେ । ତେବେ ସେହି ଦିନ ହାଇକେର୍ଟ ପକ୍ଷରୁ ଦ୍ୱିତୀୟ ଡବଲ ବେଞ୍ଚ ଜଷ୍ଟିସ୍ ଗଙ୍ଗୋପାଧ୍ୟାୟଙ୍କ ଆଦେଶକୁ ସ୍ଥଗିତ କରିଥିଲେ । ଏହି ସ୍ଥଗିତାଦେଶର ପର ଦିନ ଅର୍ଥାତ ଜାନୁଆରୀ ୨୫ରେ ପୁଣି ଥରେ ଆଦେଶର ଶୁଣାଣି କରି ମାମଲାର ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ । କେବଳ ଏତିକି ନୁହେଁ ଜଷ୍ଟିସ୍ ଗଙ୍ଗୋପାଧ୍ୟାୟ ଡିଭିଜନ୍ ବେଞ୍ଚର ଅଧ୍ୟକ୍ଷତା କରୁଥିବା ବିଚାରପତି ସୋମେନ୍ ସେନଙ୍କ ଉପରେ ରାଜନୈତିକ ଦଳ ଇଶାରାରେ କାର୍ଯ୍ୟ କରୁଥିବାର ଅଭିଯୋଗ ମଧ୍ୟ କରିଥିଲେ ।

Get real time updates directly on you device, subscribe now.