fbpx
BJD
BJD SKY
BJD SKY

ରାମ ଭକ୍ତଙ୍କୁ ରେଲୱେ ପକ୍ଷରୁ ଉପହାର, ଦେଶର କୋଣ ଅନୁକୋଣରୁ ଅଯୋଧ୍ୟାକୁ ଗଡିବ ଆସ୍ଥା ସ୍ପେଶାଲ ଟ୍ରେନ୍‌, ରହିଛି ଏହିସବୁ ବିଶେଷ ସୁବିଧା

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ରାମଙ୍କ ସ୍ଥାପନା ହେବା ପର ଠାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ ଲାଗି ମନ୍ଦିର ଯାଉଛନ୍ତି । ଅଯୋଧ୍ୟା ରାମ ମନ୍ଦିରରେ ଭୀଷଣ ଭିଡକୁ ଦେଖି ଭାରତୀୟ ରେଲୱେ ପକ୍ଷରୁ ବହୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରୁ ଅଯୋଧ୍ୟା ଯାଉଥିବା ଆସ୍ଥା ଟ୍ରେନର ଯାତାୟତ ତାରିଖକୁ ବୃଦ୍ଧି କରାଯାଇଛି ।
ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ନୂଆ ପ୍ରସ୍ତାବ ଜରିଆରେ ୧ ଫେବୃୟାରୀ ୨୦୨୪ରୁ ଆସ୍ଥା ଟ୍ରେନ୍ ଚଳାଚଳ କରିବ । ପ୍ରଥମ ୨ ଦିନରେ ପ୍ରାୟ ୫ ଲକ୍ଷ ଲୋକ ରାମ ମନ୍ଦିର ଦର୍ଶନ କରିସାରିଛନ୍ତି । ଏହି ଟ୍ରେନ କେବଳ ସ୍ଲିପର କୋଚ୍ ବାଲା ଟ୍ରେନ୍ ରହିବ । ସମସ୍ତ କୋଚ୍ ନନ୍ ଏସି ଓ ସ୍ଲିପର ରହିବ । ଏହା ସହିତ ଟିକେଟ ମୂଲ୍ୟ ଭିତରେ ଶାକାହାରୀ ଭୋଜନ, କମ୍ବଳ ଓ ତକିଆ ବି ସାମିଲ ରହିଛି । କିଛି ଡେଷ୍ଟିନେସନ ପୂଜାସ୍ଥଳରୁ ଆରମ୍ଭ ହେବ ଯେପରି ହରିଦ୍ୱାର-ଅଯେଧ୍ୟା, ପୁରୀ-ଅଯୋଧ୍ୟା ଇତ୍ୟାଦି ।
ଦକ୍ଷିଣ ଭାରତର ଷ୍ଟେସନ:
କୋଏମ୍ବାଟୁର, ପଲ୍ଲକ୍କଡ, ମଦୁରାଇ, କନ୍ୟାକୁମାରୀ, ସାଲେମ
ମଧ୍ୟପ୍ରଦେଶ:
ଇନ୍ଦୋର-ଅଯୋଧ୍ୟା-ଇନ୍ଦୋର
ବିନା-ଅଯୋଧ୍ୟା
ଭୋପାଳ-ଅଯୋଧ୍ୟା
ଜବଲପୁର-ଅଯୋଧ୍ୟା
ଦିଲ୍ଲୀର ସମସ୍ତ ପ୍ରମୁଖ ଷ୍ଟେସନରୁ ଆସ୍ଥା ସ୍ପେଶାଲ ଚଳାଚଳ କରିବ ।
-ନୂଆଦିଲ୍ଲୀ, ଆନନ୍ଦ ବିହାର, ନିଜାମୁଦ୍ଦିନ, ପୁରୁଣାଦିଲ୍ଲୀ ରେଳଷ୍ଟେସନ
ମହାରାଷ୍ଟ୍ର
-ମୁମ୍ବାଇ-ଅଯୋଧ୍ୟା
-ନାଗପୁର-ଅଯୋଧ୍ୟା
-ପୁଣେ-ଅଯୋଧ୍ୟା
-ବର୍ଦ୍ଧା-ଅଯୋଧ୍ୟା
-ଜାଲନା-ଅଯୋଧ୍ୟା

ତେଲେଙ୍ଗାନା:
ସିକନ୍ଦରାବାଦ, କାଞ୍ଜିପେଠ,ହାଇଦ୍ରାବାଦ
ଉତ୍ତରପୂର୍ବରୁ ୫ମାର୍ଗରେ ଆସାମ, ଗୌହାଟୀ
ଗୋଆ -୧
ଗୁଜରାଟ:
ଉଧନା-ଅଯୋଧ୍ୟା-ଉଧନା
ମହେସାଣା-ସଲାରପୁର- ମହେସାଣା
ବାପି-ଅଯୋଧ୍ୟା-ବାପି
ଭଦୋଦରା-ଅଯୋଧ୍ୟା- ଭଦୋଦରା
ପାଲନପୁର-ସଲାନପୁର- ପାଲନପୁର
ସାବରମତୀ-ସଲାରପୁର-ସାବରମତୀ

Get real time updates directly on you device, subscribe now.