fbpx

CSIR-CASE ପକ୍ଷରୁ ଅପଡେଟ୍: ASO ଏବଂ SO ପଦ ପାଇଁ ଜାରି ହେଲା ଆଡମିଟ୍ କାର୍ଡ, ଓଡ଼ିଶାରେ ହେବ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଡିସେମ୍ବର ମାସରେ ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର)- ମିଳିତ ପ୍ରଶାସନିକ ସେବା ପରୀକ୍ଷା (କେସ) ପକ୍ଷରୁ ଏହି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିପାଇଁ ଡିସେମ୍ବର ମାସ ୮ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୧୩ ତାରିଖରେ ସରିଥିଲା । ଆସନ୍ତା ମାସ ୫ରୁ ୨୦ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବାର ସମ୍ଭାବନା ରହିଛି । ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ବାବଦରେ ପରବର୍ତ୍ତୀ ସମୟରେ ପ୍ରାର୍ଥୀଙ୍କୁ ସୂଚିତ କରାଯିବ ।

ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ଏବଂ ସେକ୍ସନ ଅଫିସର (ଏସଓ) ପଦରେ ନିଯୁକ୍ତି ଦିଆଯିବ । ଏହା ମଧ୍ୟରେ ଏହି ଦୁଇ ପଦ ପାଇଁ ସିଏସଆଇଆର-କେସ ପକ୍ଷରୁ ଆଡମିଟ୍ କାର୍ଡ ଜାରି କରାଯାଇଛି । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ସବୁଠାରୁ ବଡ଼ କଥା ହେଉଛି ଏହି ପଦ ପାଇଁ ଓଡ଼ିଶାର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ତେଣୁ ପ୍ରାର୍ଥୀଙ୍କୁ ପରୀକ୍ଷା ଦେବା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ।

ଏଏସଓ ପାଇଁ ୩୬୮ଟି ଓ ଏସଓ ପାଇଁ ୭୬ଟି ଏପରି ମୋଟ ୪୪୪ଟି ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଯେ କୌଣସି ବିଷୟରେ ସ୍ନାତକ ପାସ କରିବା ସହିତ ବୟସ ୩୩ ବର୍ଷ ହୋଇଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିଥିଲେ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଆବେଦନ ଫିସ୍ ରହିଥିବା ବେଳେ ଏସସି / ଏସଟି / ପିଡବ୍ଲ୍ୟୁଡି / ଇଏସଏମ/ ମହିଳା / ସିଏସଆଇଆର କର୍ମଚାରୀଙ୍କ ପାଇଁ ଏହା ଛାଡ଼ କରାଯାଇଥିଲା । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯାଇଥିଲା ।

ଆଡମିଟ୍ କାର୍ଡ ଡାଉନଲୋଡ୍ ଲିଙ୍କ: https://csir01.cbtexamportal.in/#/login

Get real time updates directly on you device, subscribe now.