fbpx

ଆସନ୍ତା ୨୯ରେ କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶ, ଯୋଗ ଦେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର: ଆସନ୍ତା ୨୯ରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବଞ୍ଚାଅ ସମାବେଶ ଅନୁଷ୍ଠିତ ହେବ । ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଦଳ ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯିବ । ତେବେ ଆସନ୍ତା ୨୯ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା ଆସିବା ଏବଂ ସମାବେଶରେ ଯୋଗ ଦେବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହି ସମାବେଶରେ ଉଦ୍ବୋଧନ ଦେଇ ୨୦୨୪ ନିର୍ବାଚନର ବିଗୁଲ ବଜାଇବେ । ପରେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ଏବଂ କଂଗ୍ରେସ ମେଣ୍ଟରେ ଥିବା ଦଳଗୁଡିକ ସହ ଆଲୋଚନା କରିବେ । ସଭାପତି ଭାବେ ଦାୟୀତ୍ୱ ଗ୍ରହଣ କରିବା ପରେ ଏହା ଖଡଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ ।

 

Get real time updates directly on you device, subscribe now.