fbpx

ବୁଲଡୋଜର ଅଭିଯାନ ଉପରେ ଲାଗିଲା ବ୍ରେକ୍: ଏମସିଡିକୁ ସୁପ୍ରିମକୋର୍ଟଙ୍କ ଆଦେଶ, କହିଲେ ବଜାୟ ରଖ ଯଥାସ୍ଥିତି

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀରେ ଏମସିଡିର ଜବରଦଖଲ ଉଚ୍ଛେଦ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟ ବୁଧବାର ଜାହାଙ୍ଗୀପୁରୀରେ ଏମସିଡିର ଜବରଦଖଲ ଉଚ୍ଛେଦ ଅଭିଯାନ ଉପରେ ରୋକ ଲଗାଇବା ସହ ବୁଲଡୋଜର ଅଭିଯାନ ଉପରେ ବ୍ରେକ୍ ଲଗାଇଛନ୍ତି । ସୁପ୍ରିମକୋର୍ଟ ଦିଲ୍ଲୀର ଜାହାଙ୍ଗୀପୁରୀରେ ଯଥାସ୍ଥିତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଏହା ଉପରେ ଆସନ୍ତାକାଲି ଶୁଣାଣି ହେବ ।

ସୁପ୍ରିମକୋର୍ଟରେ ଉପସ୍ଥିତ ବରିଷ୍ଠ ଓକିଲ ଦୁଷ୍ୟନ୍ତ ଦବେ କହିଛନ୍ତି ଯେ ଜବରଦଖଲ ଉଚ୍ଛେଦ ହଟାଇବା ଅଭିଯାନ ପାଇଁ ୨ ଟା ବେଳେ ସମୟ ଧାର୍ଯ୍ୟ ହୋଇଥିଲା କିନ୍ତୁ ଉଚ୍ଛେଦ ୯ ଟା ବେଳୁ ହିଁ ଆରମ୍ଭ ହୋଇଯାଇଥିଲା । ଯାଚିକାରେ କୋର୍ଟକୁ ଅନୁରୋଧ କରାଯାଇଥିଲା ଯେ ରାଜ୍ୟକୁ ଆଦେଶ ଦିଆଯାଉ ଯେ ଅଦାଲତ ଅନୁମତି ବିନା କୌଣସି ଘର କିମ୍ବା ଦୋକାନ ନ ଭଙ୍ଗାଯାଉ ।

ସୂଚନାଯୋଗ୍ୟ, ଦିଲ୍ଲୀର ଜାହାଙ୍ଗୀରପୁରୀରେ ବୁଧବାର ସକାଳେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା । ରାସ୍ତା ଉପରେ ବେଆଇନ ଭାବରେ କବ୍ଚା କରିଥିବା ଘର ଏବଂ ଦୋକାନ ଭଙ୍ଗା ଆରମ୍ଭ ହୋଇଥିଲା । ଏହାରି ମଧ୍ୟରେ ସୁପ୍ରିମକୋର୍ଟ ରେ ଏହାକୁ ରୋକିବା ପାଇଁ ଯାଚିକା ଦାୟର ହୋଇଥିଲା ଏବଂ ବୁଲଡୋଜର ଉପରେ ବ୍ରେକ୍ ଲାଗିଥିଲା । ଅଭିଯାନ ସମୟରେ ବଡ଼ମାତ୍ରାରେ ପୋଲିସ ଏବଂ ଯବାନ ନିୟୋଜିତ କରାଯାଇଥିଲା ।

Get real time updates directly on you device, subscribe now.