fbpx

ନୂଆ ସଂସଦ ଭବନ ନିର୍ମାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି

Advertisement

ନୂଆଦିଲ୍ଲୀ, ୫ା୧: କେନ୍ଦ୍ର ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ନୂଆ ସଂସଦ ଭବନ ନିର୍ମାଣ ନିମନ୍ତେ ଗ୍ରୀନ ସିଗନାଲ ମିଳିଛି । ଆଜି ସୁପ୍ରିମକୋର୍ଟ ଏଥିପାଇଁ ଅନୁମତି ପ୍ରଦାନ କରିଥିବା ଜଣାପଡ଼ିଛି । ନୂଆ ସଂସଦ ଭବନ ନିର୍ମାଣ ସହ ବିଭିନ୍ନ ସରକାରୀ କୋଠା ନିର୍ମାଣ ନିମନ୍ତେ ମଧ୍ୟ ଅନୁମତି ମିଳିଥିବା ଜଣାପଡ଼ିଛି ।

ସୁପ୍ରିମକୋର୍ଟରେ ଏହି ପ୍ରୋଜେକ୍ଟ ବିରୋଧରେ ଅନେକ ପିଟିସନ ଦାୟର କରାଯାଇଥିଲା । ନିୟମ ଅନୁଯାୟୀ ପରିବେଶ କମିଟିର ରିପୋର୍ଟ ବିଚାର କରି ସୁପ୍ରିମକୋର୍ଟ ସଠିକ ଥିବା କହିଛନ୍ତି । ତେବେ ନିର୍ମାଣ ପୂର୍ବରୁ ହେରିଟେଜ କମିଟିର ଅନୁମତି ଜରୁରୀ ବୋଲି ସୁପ୍ରିମକୋର୍ଟ ଦର୍ଶାଇଛନ୍ତି । ସୂଚନାଯୋଗ୍ୟ ଯେ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂତନ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

Get real time updates directly on you device, subscribe now.