fbpx
BSKY SKY
BSKY SKY

ଓକିଲ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ଭିସି ଜରିଆରେ ହାଜର ହେଲେ ପୋଲିସ ଡିଜିପି

BSKY

ନୂଆଦିଲ୍ଲୀ/ଭୁବନେଶ୍ୱର: ସମ୍ବଲପୁରରେ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଭର୍ଚୁଆଲରେ ହାଜର ହୋଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ଓ ସମ୍ବଲପୁର ଆଇଜି ଦୀପକ କୁମାର । ଉଭୟଙ୍କୁଆଜି ହାଜର ପାଇଁ ନିର୍ଦ୍ଦେଶ କରିଥିଲେ ସୁପ୍ରିମକୋର୍ଟ । ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ କୋର୍ଟଙ୍କୂ ଅବଗତ କରାଇଛନ୍ତି ଆଇଜି । ପୋଲିସର ଉପସ୍ଥିତ ସତ୍ତେ୍ୱ ଭଙ୍ଗାରୁଜାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୋଲିସର ବିଫଳତା କହି ଭର୍ତ୍ସନା କରିଛନ୍ତି ବିଚାରପତି ।

୧୫ ପ୍ଲାଟୁନ୍ ଫୋର୍ସ ଥିବା ସତ୍ତେ୍ୱ ଏଭଳି କାହିଁକି ଘଟିଲା ବୋଲି ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଥିଲେ ଯେ, ‘ତୁମେ କ’ଣ ଏଭଳି ନିୟନ୍ତ୍ରଣ କରୁଛ । ତୁମେ ଯଦି ପାରୁନ, ତେବେ ଆମେ ପାରାମିଲିଟାରୀ ଫୋର୍ସ ନେବୁ ।’ ଏହା ସହ ଏହା ପୋଲିସର ଚରମ ବିଫଳତା ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଇନ ଶୃଙ୍ଖଳା ଦାୟିତ୍ୱ ରକ୍ଷା କରିବା ପୋଲିସର ଦାୟିତ୍ୱ । ଶାନ୍ତି ଶୃଙ୍ଖଳାର ସହ କୋର୍ଟ କାର୍ଯ୍ୟ ଚାଲିବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅପରପକ୍ଷେ ଘଟଣାଦିନ ୩ଟି ମାମଲା ରୁଜୁ ହୋଇଥିବା ବୋଲି ଡିଜିପି କହିଥିଲେ ।

ସୂଚନାଯୋଗ୍ୟ ଯେ, ଜଷ୍ଟିସ ସଞ୍ଜୟ କିଷନ କୌଲ ଓ ଜଷ୍ଟିସ ଅଭୟ ଏସ୍. ଓକାଙ୍କ ଖଣ୍ଡପୀଠ ସୋମବାର ଦିନ କହିଥିଲେ କି , ଆନ୍ଦୋଳନକୁ ନିୟନ୍ତ୍ରଣ କରି ନପାରିଲେ କେନ୍ଦ୍ରୀୟ ଫୋର୍ସ ବ୍ୟବସ୍ଥା କରିବେ । ପୋଲିସକୁ ପ୍ରଶ୍ନ କରିଥିଲେ, ଆନ୍ଦୋଳନକାରୀଙ୍କ ସହ ବିନମ୍ର କଥାବାର୍ତ୍ତା କାହିଁକି କରୁଛ ? ସେମାନଙ୍କୁ ହେପାଜତରେ କାହିଁକି ନିଆଯାଉନି ? କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବା ସହ ଆନ୍ଦୋଳନକୁ ରୋକି ପାରିବ କି ନାହିଁ ଜଣାଇବାକୁ ପୋଲିସକୁ କହିଥିଲେ କୋର୍ଟ ।

Get real time updates directly on you device, subscribe now.