fbpx
BSKY
BJD YOUTH SKY
BJD MS SKY

ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର: ସମ୍ବଲପୁରରେ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଆଜି ଶୁଣାଣି ଚାଲିଥିବା ବେଳେ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ହାଇକୋର୍ଟ ବେଞ୍ଚ ଅନାବଶ୍ୟକ, ସେହି କାରଣରୁ ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ସହ ଓକିଲ ଆନ୍ଦୋଳନ ନେଇ କଡ଼ା ଅସନ୍ତୋଷ ପ୍ରକାଶ କରିବା ସହ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆବେଦନକୁ ସମ୍ପୂର୍ଣ୍ଣ ଖାରଜ ସୁପ୍ରିମକୋର୍ଟ ।

ଭୌଗୋଳିକ ସ୍ଥିତି ଓ ଟେକ୍ନୋଲୋଜି ପାଇଁ ବେଞ୍ଚ ଆବେଦନ ଖାରଜ କରିଛି । କୋର୍ଟ କହିଛନ୍ତି ଯେ, ‘ଆଉ ବେଞ୍ଚ ପ୍ରତିଷ୍ଠାର କୌଣସି ଆଶା ନାହିଁ । ବେଞ୍ଚ ପ୍ରତିଷ୍ଠା ପାଇଁ ଯାହା ଟିକେ ଆଶା ଥିଲା, ଏଭଳି ଆଚରଣ ପରେ ତାହା ସମ୍ପୂର୍ଣ୍ଣ ମଉଳିଗଲା ।’ ଏହା ସହ ଓକିଲ ସଂଘଠାରୁ ବିସ୍ତୃତ ରିଜୋଲ୍ୟୁସନ ମାଗିଛନ୍ତି ସୁପ୍ରିମକୋର୍ଟ । ଆନ୍ଦୋଳନ ବନ୍ଦ ନେଇ ଓକିଲ ସଂଘ ବିସ୍ତୃତ ରିଜୋଲ୍ୟୁସନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି କଟକରୁ ହାଇକୋର୍ଟକୁ ଭୁବନେଶ୍ୱର ସ୍ଥାନାନ୍ତର ପ୍ରସଙ୍ଗରେ ଦାବି ଉଠିବା ପରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ରଖିଛନ୍ତି । କୋର୍ଟ କହିଛନ୍ତି ଯେ, ‘ମନଇଚ୍ଛା କୋର୍ଟ ସ୍ଥାନାନ୍ତର ଦାବି କଲେ ହୋଇପାରିବ ନାହିଁ ।’

ତେବେ ସମ୍ବଲପୁରରେ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଭର୍ଚୁଆଲରେ ହାଜର ହୋଇଥିଲେି ପୋଲିସ ଡିଜି ସୁନୀଲ ବଂଶଲ ଓ ସମ୍ବଲପୁର ଆଇଜି ଦୀପକ କୁମାର । ଉଭୟଙ୍କୁ ଆଜି ହାଜର ପାଇଁ ନିର୍ଦ୍ଦେଶ କରିଥିଲେ ସୁପ୍ରିମକୋର୍ଟ । ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ କୋର୍ଟଙ୍କୂ ଅବଗତ କରାଇଥିଲେ ଆଇଜି । ପୋଲିସର ଉପସ୍ଥିତ ସତ୍ତେ୍ୱ ଭଙ୍ଗାରୁଜାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ପୋଲିସର ବିଫଳତା କହି ଭର୍ତ୍ସନା କରିଥିଲେ ବିଚାରପତି ।

୧୫ ପ୍ଲାଟୁନ୍ ଫୋର୍ସ ଥିବା ସତ୍ତେ୍ୱ ଏଭଳି କାହିଁକି ଘଟିଲା ବୋଲି ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଥିଲେ ଯେ, ‘ତୁମେ କ’ଣ ଏଭଳି ନିୟନ୍ତ୍ରଣ କରୁଛ । ତୁମେ ଯଦି ପାରୁନ, ତେବେ ଆମେ ପାରାମିଲିଟାରୀ ଫୋର୍ସ ନେବୁ ।’ ଏହା ସହ ଏହା ପୋଲିସର ଚରମ ବିଫଳତା ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଇନ ଶୃଙ୍ଖଳା ଦାୟିତ୍ୱ ରକ୍ଷା କରିବା ପୋଲିସର ଦାୟିତ୍ୱ । ଶାନ୍ତି ଶୃଙ୍ଖଳାର ସହ କୋର୍ଟ କାର୍ଯ୍ୟ ଚାଲିବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଥିଲେ ।

Get real time updates directly on you device, subscribe now.