fbpx
BSKY SKY
BSKY SKY

Video: ଭଉଣୀ ସହ ଛିଡାହୋଇଥିବା ଛାତ୍ରୀଙ୍କ ଉପରେ ଏସିଡ୍ ଆଟାକ୍, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍

BSKY

ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକାରେ ଏକ ସ୍କୁଲ ଛାତ୍ରୀଙ୍କ ଉପରେ ହୋଇଛି ଏସିଡ୍ ଆଟାକ୍ । ଏହି ଘଟଣା ଆଜି ସକାଳ ପ୍ରାୟ ୯ଟାରେ ହୋଇଥିବା ଜଣାପଡିଛି । ଏହା ପରେ ଯୁବତୀଙ୍କର ସଫଦରଗଞ୍ଜ ମେଡିକାଲରେ ଭର୍ତ୍ତି କରାଯାଇଛି । ମେଡିକାଲରେ ଦିଲ୍ଲୀ ପୋଲିସର ଏକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଦିଲ୍ଲୀ ପୋଲିସକୁ ପ୍ରାୟ ୯ଟା ସମୟରେ ମୋହନ ଗାର୍ଡେନ ନିକଟରେ ଛାତ୍ରୀଙ୍କ ଉପରେ ଏସିଡ୍ ଆଟାକ୍ ହୋଇଥିବା ସୂଚନା ମିଳିଥିଲା । ପୋଲିସର କହିବା ମୁତାବକ, ଛାତ୍ରୀଙ୍କ ବୟସ ୧୭ ବର୍ଷ । ସେ ନିଜ ସାନ ଭଉଣୀ ସହ ଛିଡା ହୋଇଥିଲେ । ଠିକ୍ ସେତିକିବେଳେ ବାଇକ ଆସି ୨ ଯୁବକ ତାଙ୍କ ଉପରେ ଏସିଡ୍ ପକାଇଥିଲେ । ୨ ଯୁବକ ଏପରି କରିଥାଇ ପାରନ୍ତି ବୋଲି ଛାତ୍ରୀ ଜଣକ ସନ୍ଦେହ କରିଛନ୍ତି । ପୋଲିସ ଏହି ମାମଲାରେ ଜଣେ ସନ୍ଦିଗ୍ଧ ଯୁବକକୁ ଉଠାଇ ନେଇ ପଚରାଉଚରା କରୁଛି ।

ଅନ୍ୟପଟେ ମେଡିକାଲରେ ଛାତ୍ରୀଙ୍କର ଚିକିତ୍ସା ଜାରି ରହିଛି । ପୋଲିସର କହିବା ମୁତାବକ, ଛାତ୍ରୀଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ଅନ୍ୟପଟେ ଦିଲ୍ଲୀ ମହିଳା ଆୟୋଗ ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି । ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ୱାତି ଟ୍ୱିଟ କରି କହିଛନ୍ତି ଯେ, ଦ୍ୱାରକା ଛକ ନିକଟରେ ସ୍କୁଲ ଛାତ୍ରୀଙ୍କ ଉପରେ ଏସିଡ୍ ଆଟାକ୍ ହୋଇଛି । ଆମ ଟିମ୍ ପୀଡିତାଙ୍କୁ ସାହାଯ୍ୟ କରିବାକୁ ମେଡିକାଲରେ ପହଞ୍ଚୁଛନ୍ତି । ଛାତ୍ରୀଙ୍କୁ ନ୍ୟାୟ ଅବଶ୍ୟ ମିଳିବ । ବର୍ଷ ବର୍ଷ ଧରି ଏସିଡ ବ୍ୟାନ୍ କରିବାକୁ ଦିଲ୍ଲୀ ମହିଳା ଆୟୋଗ ସଂଘର୍ଷ କରୁଛି । କେବେ ଜାଗ୍ରତ ହେବେ ସରକାର ?

Get real time updates directly on you device, subscribe now.