fbpx

ଅଦାଲତରେ ମଧ୍ୟ କୁହନି ଦୁଷ୍କର୍ମ ପୀଡ଼ିତାଙ୍କ ନାଁ, ସୁପ୍ରିମ୍ କୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ କ୍ରମେ ଦେଶର ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ କୌଣସି ବି ପରିସ୍ଥିତିରେ ଦୁଷ୍କର୍ମ ପୀଡ଼ିତାଙ୍କ ନାମ ସାର୍ବଜନୀନ କରନାହିଁ । ଏପରିକି କୋର୍ଟ କାରବାର ଚାଲିବା ସମୟରେ ମଧ୍ୟ ପୀଡ଼ିତାଙ୍କ ନାମ ଉଲ୍ଲେଖ ନକରିବାକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ନିମ୍ନ ଅଦାଲତକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଦୁଷ୍କର୍ମ ପୀଡ଼ିତାଙ୍କ ମାମଲାରେ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ । ଛତିଶଗଡ଼ର ଏକ କୋର୍ଟରେ ପୀଡ଼ିତାଙ୍କ ନାମ ଉଲ୍ଲେଖ କରାଯିବା ଘଟଣାରେ ସୁପ୍ରିମ୍ କୋର୍ଟ ଅସନ୍ତୋଷ ପ୍ରକାଶ ପୂର୍ବକ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ଦୁଷ୍କର୍ମ ମାମଲାରେ କୌଣସି ପରିସ୍ଥିତିରେ ବି ପୀଡ଼ିତାଙ୍କ ନାମ ପ୍ରକାଶ କରାଯିବା ଉଚିତ୍ ନୁହେଁ । ଏପରିକି ଛତିଶଗଡ଼ର କୋର୍ଟରେ ଘଟିଥିବା ଘଟଣାକୁ ନେଇ ଖଣ୍ଡପୀଠ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ନିମ୍ନ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ପକ୍ଷରୁ ହୋଇଥିବା ଏକ ଆବେଦନକୁ ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି । ଉକ୍ତ ଆବେଦନରେ ଛତିଶଗଡ଼ କୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ କରାଯାଇଥିଲା ।

Get real time updates directly on you device, subscribe now.