fbpx

Supreme Court କ’ଣ ନେବେ ନିଷ୍ପତ୍ତି? Same Sex Marriage ଉପରେ ଆଜି ଆସିବ ଗୁରୁତ୍ୱପୂର୍ଣ୍ଣ ରାୟ

Advertisement

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହ ବର୍ତ୍ତମାନ ଏକ ଟ୍ରେଣ୍ଡରେ ପାଲଟିଯାଇଛି । ଯାହାକୁ ନେଇ ଏବେ ବିବାଦ ଜୋର ଧରିଛି । କେନ୍ଦ୍ର ଏହି ବିବାହ ପ୍ରଥାକୁ ବିରୋଧ କରିବା ପରେ ମାମଲା ଏବେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି । ତେବେ ଆଜି ଏହି ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବେ ମାନ୍ୟବର ସୁପ୍ରିମକୋର୍ଟ । ତେଣୁ ଏହି ଶୁଣାଣି ଉପରେ ରହିଛି ସମଗ୍ର ଭାରତର ନଜର ।

ସମଲିଙ୍ଗୀ ବିବାହକୁ ଆଇନ ମାନ୍ୟତା ଦେଇ ସାରିଥିବା ବେଳେ କେନ୍ଦ୍ର ସରକାର ଏହାକୁ ଗ୍ରହଣ କରିନାହିଁ । ଏହି ପ୍ରଥାକୁ ତୀବ୍ର ବିରୋଧ କରିବା ସହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି କେନ୍ଦ୍ର । ତେବେ ସମଲିଙ୍ଗୀ ବିବାହ ଭାରତୀୟ ପରିବାର ଏବଂ ବ୍ୟବସ୍ଥାର ବିରୁଦ୍ଧାଚରଣ ବୋଲି କେନ୍ଦ୍ର ତରଫରୁ ମତ ପ୍ରକାଶ ପାଇଛି । ସେପଟେ ଏହାକୁ ସ୍ୱୀକୃତି ନ ମିଳିଲେ ସମଲିଙ୍ଗୀ ଦମ୍ପତ୍ତି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ବୋଲି କୁହାଯାଇଛି । ଏହାସହିତ ସମଲିଙ୍ଗୀ ବିବାହକୁ ଅନୁମତି ମିଳିଲେ ଏହାଦ୍ୱାରା କେହି କ୍ଷତିଗ୍ରସ୍ତ ହେବେ ନାହିଁ । ବରଂ ସେହି ଲୋକମାନଙ୍କୁ ସୁରକ୍ଷା ଦେଇପାରେ ଏହି ନିଷ୍ପତ୍ତି । ତେଣୁ ସୁପ୍ରିମକୋର୍ଟ ଆଜି ଏହି ବିବାଦ ଉପରେ ଏକ ବଡ ରାୟ ଶୁଣାଇପାରନ୍ତି ବୋଲି ଆଶା ରହିଛି ।

ସୂଚନା ଅନୁଯାୟୀ, ବିଶ୍ୱର ୩୦ଟି ଦେଶରେ ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମତି ପ୍ରଦାନ କରାଯାଇଛି । ବ୍ରିଟେନ, ଫ୍ରାନ୍ସ, କାନାଡା, ବ୍ରାଜିଲ ସହିତ ଆମେରିକା, ଅଷ୍ଟ୍ରେଲିଆ, ଜର୍ମାନୀ, ଦକ୍ଷିଣ ଆଫ୍ରିକା ଭଳି ଦେଶଗୁଡିକରେ ସମଲିଙ୍ଗୀ ବିବାହ ସ୍ୱୀକୃତି ପାଇଛି । ଏସିଆ ମହାଦେଶରୁ ତାଇୱାନ ମଧ୍ୟ ଏହି ପ୍ରଥାକୁ ଗ୍ରହଣ କରିସାରିଛି । ୨୦୧୮ ମସିହା ସେପ୍ଟେମ୍ବର ମାସରେ ଧାରା ୩୭୭ର କିଛି ଅଂଶକୁ ସୁପ୍ରିମକୋର୍ଟ ବିରୋଧ କରିଥିଲେ । ଏହି ଶୁଣାଣି ପରେ ସମଲିଙ୍ଗୀ ବିବାହକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ତେବେ ଏହାକୁ ନେଇ ବିଭିନ୍ନ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନକୁ ଏବେ ନିଜ ଅଧୀନକୁ ଆଣିଛନ୍ତି ସୁପ୍ରିମକୋର୍ଟ । ଆଜି ଏହା ଉପରେ ବଡ ଶୁଣାଣି ହେବାକୁ ଥିବା ବେଳେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।

Get real time updates directly on you device, subscribe now.