fbpx

ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କର ଆଉ ଏକ ପିଟିସନ, କାଲି ହୋଇପାରେ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଆବେଦନରେ ସୋମବାର ଦିନ ଶୁଣାଣି କରିପାରନ୍ତି। ଏଥିରେ ସେ ମେ ୨୦୧୮ରେ ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ଭିଡିଓ ଏକ୍ସରେ ସେୟାର କରିଥିବା ମାନହାନୀ ମାମଲାରେ ଜାରି କରାଯାଇଥିବା ଅନେକ ସମନକୁ ଜାରି ରଖିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଛନ୍ତି।

ଜଷ୍ଟିସ ସଞ୍ଜୀବ ଖାନ୍ନା, ସଞ୍ଜୟ କୁମାର ଏବଂ ଆର. ମହାଦେବନଙ୍କ ଖଣ୍ଡପୀଠ ସେହି ପିଟିସନ ଉପରେ ଶୁଣାଣି କରିପାରନ୍ତି। ଯେଉଁଥିରେ କେଜ୍ରିୱାଲ ସ୍ୱୀକାର କରିଛନ୍ତି ଯେ, ମାନହାନିକାରକ ଭିଡିଓ ଜାରି କରିବା ତାଙ୍କ ଦ୍ୱାରା ଭୁଲ ହୋଇଛି। ହାଇକୋର୍ଟ ୧୧ ମାର୍ଚ୍ଚରେ କେଜ୍ରିୱାଲଙ୍କୁ ପଚାରିଥିଲେ ଯେ, ଏହି ମାମଲାରେ ଅଭିଯୋଗକାରୀଙ୍କ ନିକଟରେ କ୍ଷମା ମାଗିବାକୁ ଚାହୁଁଛନ୍ତି।

କେଜ୍ରିୱାଲ ୨୬ ଫେବୃଆରୀରେ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ, ବିଜେପିର ଆଇଟି ସେଲ ସହ ସମ୍ବନ୍ଧୀୟ ମାନହାନୀକାରକ ଭିଡିଓ ଜାରି କରିବାରେ ତାଙ୍କ ଦ୍ୱାରା ଭୁଲ ହୋଇଛି। ଅଭିଯୋଗକାରୀ ବିକାସ ସଂସ୍କୃତ୍ୟାୟନଙ୍କ ପକ୍ଷରୁ ଲଢୁଥିବା ଓକିଲ ସର୍ବୋଚ୍ଚ ନ୍ୟାୟାଳୟରେ କହିଥିଲେ ଯେ, କେଜ୍ରିୱାଲ ଏକ୍ସ ବା ଇନଷ୍ଟାଗ୍ରାମ ଭଳି ଇଣ୍ଟରନେଟ ମିଡିଆ ପ୍ଲାଟଫର୍ମରେ କ୍ଷମା ମାଗିପାରିବେ।

Get real time updates directly on you device, subscribe now.