fbpx

ଓକିଲ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଆନ୍ଦୋଳନରୁ ନହଟିଲେ ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ: ରାଜ୍ୟରେ ଓକିଲ ଆନ୍ଦୋଳନ ନେଇ କଠୋର ହୋଇଛନ୍ତି ସୁପ୍ରିମକୋର୍ଟ । ତୁରନ୍ତ କାର୍ଯ୍ୟରେ ଯୋଗନଦେଲେ ନିଆଯିବ ବଡ଼ କାର୍ଯ୍ୟାନୁଷ୍ଠାନ । ଏପରିକି ଲାଇସେନ୍ସ ବାତିଲ କରିବାକୁ ବାର କାଉନସିଲକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଦୋଳନକାରୀଙ୍କୁ ହଟାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ତେବେ କୋର୍ଟ କାର୍ଯ୍ୟ ସ୍ୱାଭାବିକ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଏହା ସହ ନ୍ୟାୟିକ ଅଧିକାରୀ, ମହକିଲଙ୍କୁ ସୁରକ୍ଷା ଦେବାକୁ କୋର୍ଟ କହିଛନ୍ତି । କୋର୍ଟ ଚାଲିବାକୁ ଆବଶ୍ୟକ ପଡ଼ିଲେ ଆନ୍ଦୋଳନକାରୀଙ୍କୁ ଗିରଫ ମଧ୍ୟ କରାଯିବ ।

Get real time updates directly on you device, subscribe now.