fbpx

ପିତାଙ୍କ ମୃତ୍ୟୁ ପରେ ଝିଅଙ୍କୁ ମିଳିବନି ଅନୁକମ୍ପା ମୂଳକ ଚାକିରି: ମା’ଙ୍କ ନିଷ୍ପତ୍ତି ଜରୁରୀ ବୋଲି କହିଲେ ସର୍ବୋଚ୍ଚ କୋର୍ଟ

ନୂଆଦିଲ୍ଲୀ: ପିତାଙ୍କ ମୃତ୍ୟୁ ପରେ ଚାକିରିରେ ଝିଅଙ୍କୁ ଅବସ୍ଥାପିତ କରିବା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ଝିଅଙ୍କୁ ଅନୁକମ୍ପାମୂଳକ ଚାକିରି ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଝିଅଙ୍କୁ କେବଳ ସେହି ଯାଗାରେ ଚାକିରି ମିଳିବ ଯେଉଁଠି ମା’ ଚାହୁଁଥିବେ । ମା’ଙ୍କ ଅନିଚ୍ଛା ଥିଲେ ଝିଅଙ୍କୁ ଚାକିରି ଦିଆଯିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ମଧ୍ୟପ୍ରଦେଶରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ।

ମଧ୍ୟପ୍ରଦେଶ ପୋଲିସରେ କାମ କରୁଥିବା ପିତାଙ୍କ ମୃତ୍ୟୁ ପରେ ପୁଅକୁ ସବ ଇନ୍ସପେକ୍ଟର ପଦରେ ଭର୍ତ୍ତି କରିବା ପାଇଁ ମା’ ଆବେଦନ କରିଥିଲେ । ତେବେ ୨୦୧୫ ପୁଅ ଜଣଙ୍କ ଅନଫିଟ୍ ଘୋଷିତ ହୋଇଥିଲେ । ପୁଅକୁ ଚାକିରି ନ ମିଳିବା ପରେ ଝିଅ ଚାକିରି ପାଇଁ ଆବେଦନ କରିଥିଲେ । ପିତାଙ୍କ ମୃତ୍ୟୁ ପରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ମା’ଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଝିଅ ଯାହାକି ବିଚାରାଧୀନ ଅବସ୍ଥାରେ ରହିଛି । ଏହି କାରଣରୁ ଝିଅକୁ ଚାକିରି ମିଳିବାକୁ ବିରୋଧ କରିଥିଲେ ମା’ । ଏହି ଆଧାରରେ ମଧ୍ୟପ୍ରଦେଶ ପୋଲିସ ବିଭାଗ ଝିଅକୁ ନିଯୁକ୍ତି ପ୍ରଦାନ କରିନଥିଲେ । ମାମଲା ମଧ୍ୟପ୍ରଦେଶ ହାଇକୋର୍ଟରେ ପହଞ୍ଚିଥିଲା । ମଧ୍ୟପ୍ରଦେଶ ପୋଲିସ ନିୟମ ୧୯୯୭ର ଧାରା ୨.୨ ଅନୁଯାୟୀ ଝିଅକୁ ଚାକିରି ଦେବାର ଆଦେଶ ଦିଅନ୍ତି । ଯଦି କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟେ ତାହେଲେ ପତି/ପତ୍ନୀ, ପୁଅ କିମ୍ବା ଅବିବାହିତ ଝିଅଙ୍କୁ ଏହି ଚାକିରି ପ୍ରଦାନ କରାଯିବ । ଏହାର ପ୍ରତିବାଦରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପୁଅ ।

ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ପୁଅ ସପକ୍ଷରେ ରାୟ ଦେଇଥିଲେ । ବିବାହିତା ଝିଅଙ୍କୁ ଚାକିରି ମିଳିବାରେ କିଛି ଅସୁବିଧା ନାହିଁ । ମାତ୍ର ମଧ୍ୟପ୍ରଦେଶ ସରକାରଙ୍କ ନିୟମ ଅନୁଯାୟୀ ମାଙ୍କ ସହମତି ନଥିଲେ ପୁଅ ବା ଝିଅଙ୍କୁ ଚାକିରି ଦିଆଯିବ ନାହିଁ । ଏହି ମାମଲାରେ କୌଣସି ସ୍ୱତନ୍ତ୍ର ସୁବିଧା ଦିଆଯିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

Get real time updates directly on you device, subscribe now.