fbpx

(Video) ଚାକିରି ଛାଡି ଭାବପ୍ରବଣ ହେଲେ ସୁରଙ୍କ ପୁଅ, ଜାଣନ୍ତୁ ଏୟାର ଇଣ୍ଡିଆ ପଦବୀ ଛାଡିବାର କଣ ରହିଛି କାରଣ

ଭୁବନେଶ୍ୱର: ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପୁତ୍ର ଏୟାର ଇଣ୍ଡିଆ କ୍ୟାପଟେନ ଚାକିରି ଛାଡିବା କଥା ସାମ୍ନାକୁ ଆସିଛି । ଏହି ଚାକିରି ଛାଡିବା କଥା ନିଜେ ମନ୍ମଥ ରାଉତରାୟ ସୂଚନା ଦେଇଛନ୍ତି । ରାଜନୀତିରେ ଯୋଗ ଦେବା ନେଇ ଚାକିରି ଛାଡିଛନ୍ତି ବୋଲି ଚର୍ଚ୍ଚା ଚାଲିଛି ।

ସୂଚନା ଅନୁଯାୟୀ, ଆଜି ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଏୟାର ଇଣ୍ଡିଆର କ୍ୟାପଟେନ ଚାକିରିରୁ ଇସ୍ତଫା ଦେଇଛନ୍ତି । ସେ ଏପରି ଉଚ୍ଚ ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି ଭାବପ୍ରବଣ ହୋଇଯାଇଛନ୍ତି । ସେ ଶିଖାଇବାକୁ, ପଢାଇବାକୁ ବହୁତ ଭଲ ପାଆନ୍ତି ବୋଲି କହିଛନ୍ତି । ହେଲେ ସେ ଚାକିରି ଛାଡି ରାଜନୀତି ଆଡକୁ ମନବଳାଇଛନ୍ତି ।

୨୦୨୪ ନିର୍ବାଚନକୁ ସେ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି । ପୂର୍ବରୁ ତାଙ୍କର ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଚଳାଇଥିଲେ । ଆଜି ଦେଇଥିବା ଇସ୍ତଫା ପତ୍ର ମାସେ ଦୁଇ ମାସ ମଧ୍ୟରେ ଗ୍ରହଣୀୟ ହୋଇଯିବ ବୋଲି ସେ ନିଜେ କହିଛନ୍ତି । ସେ ପୁଣି କହିଛନ୍ତି, ରାଜନୀତି ଅପେକ୍ଷା ମୁଁ ସେବାରେ ବିଶ୍ୱାସ କରେ । ଯେକୌଣସି ସେବା କରିବାକୁ ସେ ପ୍ରସ୍ତୁତ ଅଛନ୍ତି । ତାଙ୍କୁ ଜଟଣୀର ଲୋକମାନଙ୍କ ଠାରୁ ଭଲପାଇବା ପାଇବା ପାଇଁ ଗୋଟିଏ ବର୍ଷ ଲାଗିଯାଇଛି ବୋଲି ସେ ନିଜେ କହିଛନ୍ତି ।

Get real time updates directly on you device, subscribe now.