fbpx

ଜିୟା ଖାନ ସୁଇସାଇଡ୍ କେସ: ୧୦ ବର୍ଷ ପରେ ଆସିଲା ରାୟ, ଅଭିନେତା ସୂରଜ ନିର୍ଦ୍ଦୋଷ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ବଲିଉଡ ଅଭିନେତ୍ରୀ ଜିୟା ଖାନ ଆତ୍ମହତ୍ୟା ଘଟଣାର ରାୟ ଆଜି ଆସିଛି । ଗତ ୨୦୧୩ ମସିହା ଜୁନ ମାସ ୩ ତାରିଖରେ ଜିୟାଙ୍କ ଅଚାନକ ଆତ୍ମହତ୍ୟା ଘଟଣାକୁ ନେଇ ସାରା ବଲିଉଡ ହତବାକ୍ ହୋଇଯାଇଥିଲା । ଏହି ଆତ୍ମହତ୍ୟା ପାଇଁ ଅଭିନେତା ସୂରଜଙ୍କୁ ଦାୟୀ କରିଥିଲେ ଜିୟାଙ୍କ ମା’ । ଏହା ମଧ୍ୟରେ ପାଖାପାଖି ୧୦ ବର୍ଷ ବିତିସାରିଲାଣି । ଶେଷରେ ଏହି ମାମଲାରେ ସୂରଜଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।

ଗତ ୨୦୧୩ ଜୁନ ୩ରେ ମୁମ୍ବାଇ ସ୍ଥିତ ନିଜ ବାଭବନରୁ ଜିୟାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଜିୟାଙ୍କ ମୃତ୍ୟୁ ସାରା ବଲିଉଡକୁ ଚକିତ କରିଦେଇଥିଲା । ତେବେ ଦୀର୍ଘ ୧୦ ବର୍ଷ ପରେ ଆଜି ଏହି ମାମଲାର ରାୟ ଆସିଥିଲା । ପ୍ରମାଣ ଅଭାବରୁ ସୂରଜଙ୍କୁ ମୁମ୍ବାଇର ସିବିଆଇ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଆତ୍ମହତ୍ୟା ପାଇଁ ଉସୁକାଇବା ନେଇ ଅଭିନେତା ସୂରଜଙ୍କ ବିରୋଧରେ ଅଭିଯୋଗ ଥିଲା । ସୂରଜଙ୍କ ବିରୋଧରେ କୌଣସି ମାମଲା ଦାୟର ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଅନ୍ୟପକ୍ଷରେ କୋର୍ଟଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିୟାଙ୍କ ମାଆ ରାବିୟା ।

ମାତ୍ର ୨୫ ବର୍ଷ ବୟସରେ ଜିୟା ୩ଟି ଫିଲ୍ମ କରି ବଲିଉଡରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ସେ ବିଗ୍ ବି ଅମିତାଭ ବଚନଙ୍କ ସହିତ ଫିଲ୍ମରେ ଡେବ୍ୟୁ କରିଥିଲେ । ଜିୟାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ୬ ପୃଷ୍ଠା ବିଶିଷ୍ଟ ଏକ ଚିଠି ଉଦ୍ଧାର ହୋଇଥିଲା । ସୂରଜ-ଜିୟା ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚିଠିରେ ଉଲ୍ଲେଖ କରିଥିଲା । ତେଣୁ ଏହି ମାମଲାରେ ସୂରଜଙ୍କୁ ପୋଲିସ ଗିରଫ କରିଥିଲା । ମାତ୍ର ପରେ ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ପ୍ରେମରେ ଧୋକ୍କା ପାଇବା ପରେ ଆତ୍ମହତ୍ୟା କରିଥିବା ଜିୟା ଚିଠିରେ ଲେଖିଥିଲେ ।

Get real time updates directly on you device, subscribe now.