fbpx

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଲବଙ୍ଗ ; କର୍କଟ, ମଧୁମେହ, ହୃଦୟ ଜନିତ ସମସ୍ୟା ହେବାର କମିଥାଏ ସମ୍ଭାବନା

ପ୍ରତ୍ୟେକଙ୍କ ରୋଷେଇ ଘରେ ଲବଙ୍ଗ ନିଶ୍ଚୟ ଉପଲବ୍ଧ । ଲବଙ୍ଗର ବ୍ୟବହାର ଅନେକ ଜିନିଷରେ ହୋଇଥାଏ । କିଛି ଲୋକେ ଏହାକୁ ଚୋବାଇ କରି ଖାଆନ୍ତି । ଏହାକୁ ଚୋବାଇ କରି ଖାଇବା ଦ୍ୱାରା ଦାନ୍ତ,ଦାନ୍ତ ମାଢି ଆଦି ସୁସ୍ଥ ରହିଥାଏ । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଖୁବ ଉପକାରୀ । ମାତ୍ର ଏହାକୁ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ପାଚନ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ । ଲବଙ୍ଗର ବ୍ୟବହାର ଆୟୁର୍ବେଦରେ ମଧ୍ୟ ଅନେକ ସମସ୍ୟା ଦୂର ପାଇଁ ବ୍ୟବହାର କରାଯାଏ । ଜାଣନ୍ତୁ ସକାଳେ ଖାଲି ପେଟରେ ଲବଙ୍ଗ ଖାଇବା ଦ୍ୱାରା କି ଲାଭ ମିଳେ..

– ସକାଳେ ଖାଲି ପେଟରେ ଲବଙ୍ଗ ଖାଇବା ଦ୍ୱାରା କର୍କଟ, ମଧୁମେହ, ହୃଦୟ ଜନିତ ସମସ୍ୟା ଆଦିର ହେବାର ସମ୍ଭାବନା ଖୁବ କମ୍ ଥାଏ । ନିୟମିତ ଖାଲି ପେଟରେ ସକାଳେ ଲବଙ୍ଗ ଖାଇବା ଦ୍ୱାରା ଅନେକ ମାରାତ୍ମକ ରୋଗ ଶରୀର ଠାରୁ ଦୂରେଇ ରହିଥାଏ ।

– ଲବଙ୍ଗ ଖାଇବା ଦ୍ୱାରା ପାଚନ ତନ୍ତ୍ର ମଧ୍ୟ ସୁସ୍ଥ ରହେ । ପାଚନ ଜନିତ ରୋଗରୁ ରକ୍ଷାକରିଥାଏ । ଏଥିରେ ଫାଇବର ଥିବାରୁ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।

– ଦାନ୍ତ ମାଢିରେ ସମସ୍ୟା ଥିଲେ, ଦାନ୍ତ ବିନ୍ଧା ହେଉଥିଲେ ଲବଙ୍ଗ ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଖାଲି ପେଟରେ ଲବଙ୍ଗ ଚୋବାଇ କରି ଖାଇବା ଦ୍ୱାରା ମାଢିରେ ଥିବା କ୍ଷତିକାରକ ଜୀବାଣୁ ରହିନଥାଆନ୍ତି । ଦାନ୍ତ ମଜଭୂତ ହେବା ସହ ପାଟି ଦୁର୍ଗନ୍ଧ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

– ଲବଙ୍ଗରେ ପ୍ରାକୃତିକ କଷ୍ଟ ଦୂରକାରୀ ଗୁଣ ରହିଛି । ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା, ମାଇଗ୍ରେନର ଯନ୍ତ୍ରଣା ଦୂର ହୋଇଥାଏ । ଗୋଟା ଖାଇବା ସହ ଲବଙ୍ଗକୁ ଗୁଣ୍ଡ କରି ମଧ୍ୟ ଖାଇ ପାରିବେ । ଏକ ଗ୍ଲାସ କ୍ଷୀରରେ ଅଳ୍ପ ଲବଙ୍ଗ ଗୁଣ୍ଡ ମିଶାଇ ଏହାକୁ ସେବନ କରି ପାରିବେ ।

– ଲବଙ୍ଗ ତେଲ ଆଣ୍ଠୁଗଣ୍ଠିରେ ମାଲିସ କରିବା ଦ୍ୱାରା ଯନ୍ତ୍ରଣା ଦୂର ହେବା ସହ ମାଂସପେଶୀ ମଜଭୂତ ହୋଇଥାଏ ।

– ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଲବଙ୍ଗର ସେବନ କରିପାରିବେ ।

– ଲବଙ୍ଗ ସେବନ କରିବା ଦ୍ୱାରା ଥଣ୍ଡା, ସଂକ୍ରମଣ ଜନିତ ରୋଗ ଆଦି ଦୂରେଇ ରହିଥାଏ । ରକ୍ତକୁ ପରିଷ୍କାର ରଖିଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

– ଖାଲି ପେଟରେ ସାମାନ୍ୟ ଲବଙ୍ଗ ଗୁଣ୍ଡ ସେବନ ମଧୁମେହ ରୋଗୀଙ୍କ ପାଇଁ ଖୁବ ଉପକାରୀ । ଏହା ରକ୍ତରେ ଶର୍କରା ମାତ୍ରାକୁ ନିୟନ୍ତ୍ରଣ କରି ରଖିଥାଏ ।

Get real time updates directly on you device, subscribe now.