ନୂଆଦିଲ୍ଲୀ: ଥରେ ଭାବନ୍ତୁ ତ ଆପଣଙ୍କ ପାଇଁ ପ୍ଲେଟରେ ଚିକେନ୍ ଲେଗପିସ ବଢ଼ା ହୋଇ ରହିଛି । ଆଉ ଆପଣ ଯେତେବେଳେ ଖାଇବାକୁ ବାହାରିଲେ ଠିକ୍ ସେତିକିବେଳେ ଲେଗପିସଟି ଆପେ ଆପେ ପ୍ଲେଟରୁ ଚାଲି ପଳାଇଲା । ଏମିତି ବିଚିତ୍ର କଥା ଖାଲି ସ୍ୱପ୍ନରେ ହିଁ ଦେଖିବା ସମ୍ଭବ । କିନ୍ତୁ ଇଣ୍ଟରନେଟରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସତରେ ଦେଖିଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ । ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ରାଶି ଏବଂ କିଛି ଗ୍ରୀନ୍ ଭେଜିଜ୍ ସ୍ପ୍ରିଙ୍କଲ ହୋଇଥିବା ସୁସି (ଜାପାନରେ ପ୍ରଚଳିତ ଖାଦ୍ୟ) ଥୁଆ ହୋଇଛି । ଆଉ ଯେତେବେଳେ ଜଣେ ଚପ୍ ଷ୍ଟିକ୍ ଜରିଆରେ ସୁସିର ସ୍ୱାଦ ନେବାକୁ ବାହାରୁଛି, ଠିକ୍ ସେତିକିବେଳେ ସୁସି ସବୁ ପ୍ଲେଟରୁ ବାହାରକୁ ଚାଲିଯାଉଥିବାର ଦେଖାଯାଉଛି । ଭାଇରାଲ ଭିଡିଓରେ ଏମିତି କିଛି ଦେଖିବାକୁ ମିଳୁଛି ।
View this post on Instagram
TxRek ନାମକ ଇନଷ୍ଟାଗ୍ରାମ ୟୁଜର ଏହି ଭିଡିଓ ଅପଲୋଡ କରିଛନ୍ତି । ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧୦୭ ନିୟୁତ ଲୋକ ଦେଖିସାରିଥିବାବେଳେ ୧୭ ନିୟୁତ ୟୁଜର ଲାଇକ୍ ବଟନ୍ ଦବେଇ ସାରିଲେଣି । ଏଥିସହ ବହୁ ସଂଖ୍ୟାରେ ଲୋକ ଭିଡିଓରେ କମେଣ୍ଟ ମଧ୍ୟ କରିବାରେ ଲାଗିଛନ୍ତି । ଯଦି ଆମେ ଭିଡିଓର ସତ୍ୟାସତ୍ୟକୁ ଯିବା ଯେତେ, ଉକ୍ତ ଭାଇରାଲ ଭିଡିଓଟି ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ବା କୃତ୍ରିମ ବୁଦ୍ଧିମତା ଦ୍ୱାରା ତିଆରି । ଏଆଇ ଦ୍ୱାରା ହିଁ ସୁସିକୁ କିମ୍ବା ଯେକୌଣସି ନିର୍ଜୀବ ଜିନିଷକୁ ଚଲାଇବା ସମ୍ଭବପର । ବର୍ତ୍ତମାନର ସମୟ ଏଆଇର । ବିଶେଷ କରି କମ୍ପ୍ୟୁଟରରେ ହେଉଥିବା ସମସ୍ତ କାମ ଏବେ ଏଆଇରେ ହେବା ଆରମ୍ଭ ହୋଇଛି । ଆଗାମୀ ଦିନରେ ଏହି ଉନ୍ନତ ଟେକ୍ନିକ୍ ମଣିଷ ଉପରେ ଭାରି ପଡ଼ିବାକୁ ଯୋଉଛି । କାରଣ ପ୍ରତ୍ୟେକ କାର୍ଯ୍ୟ ଯେତେବେଳେ ଏଆଇ ଦ୍ୱାରା ଖୁବ୍ କମ୍ ସମୟରେ ଅଳ୍ପ ଖର୍ଚ୍ଚରେ ହୋଇଯିବ, ସେତେବେଳେ ମଣିଷର ଆବଶ୍ୟକତା ମଧ୍ୟ କମିଯିବ । ମୋଟାମୋଟି ଭାବେ କହିବାକୁ ଗଲେ ମଣିଷ ତିଆରି କରିଥିବା ଏଆଇ ପାଇଁ ଭବିଷ୍ୟତରେ ମଣିଷ ନିଜେ ହୋଇଯିବ ଅଲୋଡ଼ା ।