fbpx

ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ!

Advertisement

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଟି-୨୦ ଟିମର ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଆଗକୁ ଭାରତ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ଥିବା ଟି-୨୦ ସିରିଜରୁ ସୂର୍ଯ୍ୟ କୁମାର ବାଦ୍ ପଡ଼ିଛନ୍ତି । ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ସେ ଗଭୀର ଭାବେ ଆଘାତ ପାଇଛନ୍ତି । ତେଣୁ ଆଗାମୀ ସିରିଜରେ ସେ ଖେଳିବାର ସମ୍ଭାବନା ନଥିବା କୁହାଯାଉଛି ।

ତେବେ ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆର ଟି-୨୦ ଅଧିନାୟକ କିଏ ହେବ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟା ଓ ରୋହିତ ଶର୍ମା ଏହି ସିରିଜରେ ଖେଳିବା ମୁସ୍କିଲ । ସେହିପରି ବିରାଟ କୋହଲି ମଧ୍ୟ ଏହି ସିରିଜ ଖେଳିବେନି ବୋଲି ଖବର ଆସିଥିଲା । ତେଣୁ ନୂଆ ଅଧିନାୟକ କିଏ ହେବ ତାହା ଏବେ ଏକ ବଡ଼ ପ୍ରଶ୍ନ । ନିକଟରେ ସମାପ୍ତ ହୋଇଥିବା ଦକ୍ଷିଣ ଆଫିକା ବିପକ୍ଷ ସିରିଜରେ ସୂର୍ଯ୍ୟଙ୍କ ନେତୃତ୍ୱରେ ଭାରତ ଟି-୨୦ ସିରିଜକୁ ୧-୧ରେ ବରାବର ରଖିଥିଲା ।

ଆସନ୍ତା ଜାନୁଆରୀ ୧୧ରୁ ଭାରତ-ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହେବ । ତେଣୁ ଏହା ପୂର୍ବରୁ ଭାରତକୁ ଏକ ବଡ଼ ଝଟକା ଲାଗିଛି । ପଡ଼ିଆରେ ବଲକୁ ଅଟକାଇବା ସମୟରେ ବଲଟି ସୂର୍ଯ୍ୟଙ୍କ ଗୋଡ଼ ଉପର ଦେଇ ଚାଲିଯାଇଥିଲା । ଫଳରେ ସେ ଆହତ ହୋଇଥିଲେ । ତେବେ ମ୍ୟାଚ ପରେ ସୂର୍ଯ୍ୟ କହିଥିଲେ ‘ମୁଁ ଠିକ୍ ଅଛି, ଚାଲିପାରୁଛି ।’ ସୂର୍ଯ୍ୟଙ୍କୁ ଠିକ ହେବାକୁ ବହୁତ ସମୟ ଲାଗିବ । ଫେବୃଆରୀ ମାସର ପ୍ରଥମ ସପ୍ତାହ ସୁଦ୍ଧା ସେ ଠିକ୍ ହୋଇପାରନ୍ତି । ଅତିକମରେ ସେ ସେ ୧ ମାସ ପର୍ଯ୍ୟନ୍ତ ଖେଳିପାରିବେ ନାହିଁ । ତେଣୁ ଆଫଗାନିସ୍ତାନ ବିପକ୍ଷ ସିରିଜରୁ ସେ ବାଦ୍ ପଡ଼ିବା ଏକ ପ୍ରକାର ନିଶ୍ଚିତ ବୋଲି ଏକ ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.