fbpx
BSKY SKY
BSKY SKY

ଶେଷ ଟି-୨୦ରେ ‘ବିରାଟ’ ରେକର୍ଡ ଭାଙ୍ଗିବେ ସୂର୍ଯ୍ୟକୁମାର: ଇତିହାସରୁ ମାତ୍ର ଏତିକି ପାଦ ଦୂରରେ ଅଧିନାୟକ

BSKY

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜକୁ କବଜା କରିଛି ଟିମ ଇଣ୍ଡିଆ । ତେବେ ଶେଷ ଟି-ମ୍ୟାଚ ବାକି ରହିଥିବା ବେଳେ ଭାରତ ୩-୧ରେ ସିରିଜ ହାତେଇ ସାରିଛି । ୫ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜର ଶେଷ ମ୍ୟାଚ ବେଙ୍ଗଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚରେ ଟିମ ଇଣ୍ଡିଆର ଇତିହାସ ରଚିବା ଉପରେ ରହିବ ଅଧିନାୟକ ସୂର୍ଯ୍ୟକୁମାରଙ୍କ ନଜର । ଏହି ମ୍ୟାଚରେ ସୂର୍ଯ୍ୟକୁମାରଙ୍କ ପାଇଁ ୨ଟି ବଡ଼ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି । ତେବେ ଉଭୟ ରେକର୍ଡ ବର୍ତ୍ତମାନ ସୁଦ୍ଧା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନାମରେ ରହିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଟି-୨୦ କ୍ରିକେଟରେ ୨୦୦୦ ରନ୍ ପୂରଣ କରିବାରେ ସବୁଠାରୁ ଦ୍ରୁତତମ ଭାରତୀୟ ଖେଳାଳି ହେଉଛନ୍ତି ବିରାଟ କୋହଲି । ବିରାଟ ମାତ୍ର ୫୬ଟି ଇନିଂସରେ ହିଁ ଏହି କାରନାମା କରି ଦେଖାଇଛନ୍ତି । ତେଣୁ ବର୍ତ୍ତମାନ ସୂର୍ଯ୍ୟକୁମାରଙ୍କ ପାଖରେ ଏହି ରେକର୍ଡ ନିଜ ନାମରେ କରିବାର ସୁଯୋଗ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୫୪ଟି ଇନିଂସରେ ୧୯୮୦ ରନ୍ କରିଛନ୍ତି ସୂର୍ଯ୍ୟକୁମାର । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି-୨୦ରେ ସୂର୍ଯ୍ୟକୁମାର ଯଦି ୨୦ ରନ୍ କରିପାରନ୍ତି, ତେବେ କୋହଲିଙ୍କୁ ପଛରେ ପକାଇ ଦ୍ରୁତତମ ଭାରତୀୟ ଖେଳାଳି ଭାବରେ ଟି-୨୦ କ୍ରିକେଟରେ ୨୦୦୦ ରନ୍ ପୂରଣ କରିବେ ସୂର୍ଯ୍ୟକୁମାର ଯାଦବ ।

ଏହାବ୍ୟତୀତ ସୂର୍ଯ୍ୟକୁମାରଙ୍କ ଆଗରେ ଆଉ ଏକ ବିରାଟ ରେକର୍ଡ ଭାଙ୍ଗିବାର ମଧ୍ୟ ସୁଯୋଗ ରହିଛି । ସର୍ବାଦିକ ଛକା ମାରିବା ତାଲିକାରେ ମଧ୍ୟ ବିରାଟଙ୍କୁ ପଛରେ ପକାଇ ପାରନ୍ତି ସୂର୍ଯ୍ୟକୁମାର । ଟି-୨୦ ଫର୍ମାଟରେ ଭାରତ ପାଇଁ ମୋଟ ୧୧୭ଟି ଛକା ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିରାଟ କୋହଲି । ତେବେ ସୂର୍ଯ୍ୟକୁମାର ଏହି ତାଲିକାରେ ୧୧୨ଟି ଛକା ନିଜ ନାମରେ କରିଛନ୍ତି । ତେବେ ଏହି ମ୍ୟାଚରେ ୬ଟି ଛକା ମାରିବାରେ ସଫଳ ହେଲେ, ସୂର୍ଯ୍ୟକୁମାର ସର୍ବାଧିକ ଛକା ମାରିବା ରେକର୍ଡରେ କୋହଲିଙ୍କୁ ଅତିକ୍ରମ କରିପାରିବେ । ଏହି ତାଲିକାରେ ଭାରତର ନିୟମିତ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୧୮୨ଟି ଛକା ମାରି ଶୀର୍ଷ ସ୍ଥାନରେ ରହିଛନ୍ତି ।

ସେହିପରି ଏକ ବିଶ୍ୱ ରେକର୍ଡ ମଧ୍ୟ ନିଜ ନାମରେ କରିପାରନ୍ତି ଅଧିନାୟକ ସୂର୍ଯ୍ୟକୁମାର । ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବାରେ ଶୀର୍ଷ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା ଏବଂ ଗ୍ଲେନ ମ୍ୟାକ୍ସୱେଲ । ଉଭୟ ଖେଳାଳି ଟି-୨୦ ଫର୍ମାଟରେ ୪ଟି ଲେଖାଏଁ ଶତକ ହାସଲ କରିଛନ୍ତି । ତେବେ ସୂର୍ଯ୍ୟକୁମାର ଏହି ଫର୍ମାଟରେ ୩ଟି ଶତକ ହାସଲ କରିଥିବା ବେଳେ ଶେଷ ମ୍ୟାଚରେ ଶତକ ହାସଲ କଲେ ଏହି ରେକର୍ଡର ସମକକ୍ଷ ହୋଇପାରନ୍ତି ।

Get real time updates directly on you device, subscribe now.