fbpx

ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ସହିନପାରି ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

କଟକ, ୧୯ା୬(ଓଡ଼ିଶା ଭାସ୍କର): ଆଜି ଆଉ ଜଣେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସିକା ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ କଟକ ସ୍ଥିତ ଯୋବ୍ରା ପାରେଶ୍ୱର ସାହିର ନବମ ଶ୍ରେଣୀ ଛାତ୍ରୀ । ତାଙ୍କ ନାମ ସୌମ୍ୟା ରାଜ୍ । ଘରେ କେହି ନଥିବା ବେଳେ ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପରେ ଶବ ବ୍ୟବଚ୍ଛେଦ କରି ପରିବାରକୁ ତାଙ୍କ ମୃତ ଦେହକୁ ହସ୍ତାନ୍ତର କରିିଥିଲା ପୋଲିସ । ସୁଶାନ୍ତଙ୍କ ମୃତ୍ୟୁରେ ସେ ଶକ୍ତ ଆଘାତ ପାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଗତ ୧୪ ତାରିଖ ଦିନ ବଲିଉଡ଼ ସଫଳ ଅଭିନେତା ସୁଶାନ୍ତ ସିଂ ରାଜପୁତ ନିଜ ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହି ଖବର ତାଙ୍କ ସମସ୍ତଙ୍କ ଫ୍ୟାନ ଓ ଦେଶରେ ସମସ୍ତିଙ୍କୁ ଝଟକା ଲାଗିଥିଲା । ତାଙ୍କ ମୃତ୍ୟୁ ଖବର ଶୁଣି କେତେ ଜଣକ ମନରେ ଗଭୀର ଆଘାତ ଲାଗିଥିଲା । ଏମିତିକି ତାଙ୍କ ଭାଉଜ ମଧ୍ୟ ପ୍ରାଇ ହରାଇ ଦେଇଥିଲେ ।

Get real time updates directly on you device, subscribe now.