fbpx

ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ; ବାପା-ଭଉଣୀ କହିଲେ ‘ତାଙ୍କ ମୃତ୍ୟୁ ଏବେ ବି ଏକ ରହସ୍ୟ’

Advertisement

ମୁମ୍ଵାଇ: ଏହାରି ଭିତରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୪ ବର୍ଷ ବିତିଗଲାଣି। ୨୦୨୦ ଜୁନ୍ ୧୪ରେ ବଲିଉଡ ଜଗତକୁ ଆସିଥିଲା ଏଭଳି ଏକ ଖବର ସବୁ ସିନେ ପ୍ରେମୀଙ୍କୁ ଦୋହଲାଇ ଦେଇଥିଲା। ଆଉ ଆଜି ହେୁଛି ସୁଶାନ୍ତଙ୍କ ଏହା ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ବଲିଉଡ୍ ଠାରୁ ଆରମ୍ଭ କରି ଟେଲିଭିଜନ ପର୍ଯ୍ୟନ୍ତ ଅନେକ ତାରକା ଅଭିନେତାଙ୍କ ସହ ନିଜର ପୁରୁଣା ଫଟୋ ସେୟାର କରି ତାଙ୍କୁ ମନେ ପକାଇଥିଲେ।

ସେହିପରି ସୁଶାନ୍ତଙ୍କ ପ୍ରକୃତ ଭଉଣୀ ଶ୍ୱେତା ସିଂ ତାଙ୍କ ଭାଇଙ୍କ ପାଇଁ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି। ଏଥିସହ ଅଭିନେତାଙ୍କ ମୃତ୍ୟୁର ରହସ୍ୟ ମଧ୍ୟ ଜାଣିବାକୁ ମିଳୁଛି। ସୁଶାନ୍ତ ସିଂଙ୍କ ମୃତ୍ୟୁର ରହସ୍ୟ ସମାଧାନ ପାଇଁ ତାଙ୍କ ପରିବାର ଲଗାତାର ଚେଷ୍ଟା କରୁଛନ୍ତି। ଭାଇର ମୃତ୍ୟୁର ଚତୁର୍ଥ ବାର୍ଷିକୀ ଅବସରରେ ଭଉଣୀ ଶ୍ୱେତା ତାଙ୍କ ଆକାଉଣ୍ଟରୁ ଦୁଇଟି ଭିଡିଓ ସେୟାର କରିଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

ଗୋଟିଏ ଭିଡିଓ ସୁଶାନ୍ତଙ୍କ ଭଉଣୀଙ୍କ ସହ ଥିବା ବେଳେ ଅନ୍ୟ ଭିଡିଓ ଏବେର। ଯେଉଁଥିରେ ତାଙ୍କ ସ୍ମୃତିରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଶ୍ୱେତା ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି- ‘ଭାଇ, ତୁମେ ଯିବାର ୪ ବର୍ଷ ବିତିଗଲାଣି। ଜୁନ୍ ୧୪, ୨୦୨୦ରେ କ’ଣ ଘଟିଥିଲା ତାହା ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ।

ତୁମ ର ମୃତ୍ୟୁ ଏବେ ବି ଏକ ରହସ୍ୟ । ମୁଁ ସତ ଜାଣିବାକୁ ଚେଷ୍ଟା ତ କରିଛି କିନ୍ତୁ ଆଜି ଶେଷ ଥର ପାଇଁ ମୁଁ ସମସ୍ତଙ୍କୁ ପଚାରୁଛି। ଯାହା ସାହାଯ୍ୟ କରିପାରିବ। କଣ ଆମେ ଜାଣିବାକୁ ଯୋଗ୍ୟ ନୁହଁ। ଆମ ଭାଇ ସୁଶାନ୍ତଙ୍କୁ କ’ଣ ହେଲା?

Get real time updates directly on you device, subscribe now.