fbpx

କ୍ୱାରେଣ୍ଟିନ ସେଣ୍ଟରରେ ଜଣେ ବ୍ୟକ୍ତି ଓ ନାବାଳିକାଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): କ୍ୱାରେଣ୍ଟିନ ସେଣ୍ଟରରେ ଅଘଟଣ ଘଟିଛି । ଗଞ୍ଜାମ ସ୍ଥିତ ବରଡ଼ାବାଲି ସଙ୍ଗରୋଧ କେନ୍ଦ୍ରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେ ୧୦ଦିନ ତଳେ ସୁରତରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିଲେ । କିନ୍ତୁ ଗତ କାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି ଏବଂ ମୃତ୍ୟୁର କାରଣ ଏବେ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।
ସେହିପରି ସୁବର୍ଣ୍ଣପୁର ମାୟାବର୍ହା ସଙ୍ଗରୋଧ କେନ୍ଦ୍ରରେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ସେ ତାମିଲନାଡ଼ୁରୁ ଫେରି ପରିବାର ସହ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ଗତକାଲି ହଠାତ ଅଚେତ ହୋଇପଡ଼ିବାରୁ ଡାକ୍ତରୀ ଦଳ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ନାବାଳିକାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଡାକ୍ତର ମୃତ ଘୋଷଣା କରିଥିଲେ । କିନ୍ତୁ ତାଙ୍କ ମୃତ୍ୟୁ କେଉଁଥି ପାଇଁ ହୋଇଛି ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

Get real time updates directly on you device, subscribe now.