fbpx

ମୁଁ କରୋନା..ତୁମ ଘରକୁ ଆସିଛି !

କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିବା ବେଳେ କିଛି ଲୋକ ନିଜ ଖରାପ ପ୍ରକୃତିରୁ ବିରତ ହେଉନାହାନ୍ତି । ଏପରି ଏକ ମାମଲା ଉତ୍ତପ୍ରଦେଶର ହରଦୋଇରେ ଦେଖିବାକୁ ମିଳିଛି । ହରଦୋଇର ଏକ ଘର ବାହାରେ ଏକ ସନ୍ଦେହଜନକ ଲିଫାପା ଦେଖିବାକୁ ମିଳିଥିଲା, ଯେଉଁଥିରେ ଲେଖିଥିଲା ଯେ- ମୁଁ କରୋନା…ମୁଁ ତୁମ ଘରକୁ ଆସିଛି.. ।

ହରଦୋଇ ଜିଲ୍ଲାରେ ଜଣଙ୍କ ଘର ବାହାରେ ଏହି ସନ୍ଦେହଜନକ ଲିଫାପା ଦେଖିବାକୁ ମିଳିଥିଲା । ଲିଫାପା ଭିତରେ ୨ ଟଙ୍କିଆ ନୋଟ୍ ଓ ଚିଠି ଥିବା ଜଣାପଡିଛି । ଘରମାଲିକ ଏହି ଚିଠିକୁ ଦେଖିବା ମାତ୍ରେ ତାଙ୍କର ହୋସ୍ ଉଡିଯାଇଥିଲା । ସେ ଭାବିଲେ ଯେ, କେହି ଜଣେ ଏହି ୨ ଟଙ୍କି ନୋଟକୁ କରୋନା ସଂକ୍ରମିତ କରି କେହି ପଠାଇଦେଇଛି । ଏନେଇ ସେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲିଫାପାକୁ ନିଜ କବଜାକୁ ନେଇଥିଲା । କିଏ ଏହି କାର୍ଯ୍ୟ କରିଛି ତାହା ଖୁବଶୀଘ୍ର ଜଣାପଡିବ ବୋଲି ଏଏସପି କହିଛନ୍ତି ।

Get real time updates directly on you device, subscribe now.