fbpx

ହଠାତ୍ ସମୁଦ୍ର ମଝିରେ ବୋଟକୁ ଚଢିଗଲା ସନ୍ଦିଗ୍ଧ ଯୁବକ: ପରିଚୟ ଅସ୍ପଷ୍ଟ

ପାରାଦୀପ: ପାରାଦୀପ ସମୁଦ୍ର ମଝିରେ ହଠାତ୍ ଜଣେ ବ୍ୟକ୍ତିଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମଝି ସମୁଦ୍ରରେ ବୋଟ୍ ଉପରକୁ ଅଚାନକ ଚଢି ଆସିଛନ୍ତି ଏହି ସନ୍ଦିଗ୍ଧ ଯୁବକ । ତେବେ ଏହି ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ବୋଟରେ ସନ୍ଦିଗ୍ଧ ଯୁବକଙ୍କୁ ଦେଖି ମତ୍ସ୍ୟଜୀବୀ ଖୁବ ଭୟଭୀତ ହୋଇ ଯାଇଛନ୍ତି । ବିନା କାରଣରେ ହଠାତ୍ ବୋଟ ଉପରକୁ ଉଠି ଆସିବାକୁ ନେଇ ମତ୍ସ୍ୟଜୀବୀଙ୍କ ମନରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଚିଲିକା ମୁହାଣରୁ ପ୍ରାୟ ୭୧ ମାଇଲ ଦୂରରେ ଏଭଳି ଘଟଣା ଘଟିଥିବା ବେଳେ ସନ୍ଦିଗ୍ଧ ଯୁବକଙ୍କୁ ନେଇ ଆତଙ୍କ ଖେଳି ଯାଇଛି । ତେବେ ଏହି ଯୁବକ କିଏ ବୋଲି ଏବେ ପ୍ରଶ୍ନ ଉଠିଛି । ସମୁଦ୍ରରେ ଭାସି ଆସିଥିବା ଜଣେ ଅସହାୟ ବ୍ୟକ୍ତି ନା କେହି ଅନୁପ୍ରବେଶକାରୀ ବୋଲି ସନ୍ଦେହରେ ରହିଛନ୍ତି ମତ୍ସ୍ୟଜୀବୀ । ସେପଟେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ତାଙ୍କୁ ଧରି ପାରାଦୀପକୁ ଆସୁଛନ୍ତି ବୋଟ୍ କର୍ମଚାରୀ ।

Get real time updates directly on you device, subscribe now.