fbpx

ସନ୍ଥ ଶ୍ରୀ ଶିବଶଙ୍କର ଚୈତନ୍ୟ ଭାରତୀଙ୍କ ମହାପ୍ରୟାଣ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାଶୀ ସନ୍ଥ ଶ୍ରୀ ଶିବଶଙ୍କର ଚୈତନ୍ୟ ଭାରତୀ ଜୀ ମହାରାଜଙ୍କ ପରଲୋକ ଘଟିଛି । ସନ୍ଥ ମହାରାଜଙ୍କ ମହାପ୍ରୟାଣ ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିବା ସହିତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଭଗବାନ ବିଶ୍ୱନାଥଙ୍କ ପରମ ଭକ୍ତ ସନ୍ଥ ଶ୍ରୀ ଶିବଶଙ୍କର ଚୈତନ୍ୟ ଭାରତୀ ଜୀଙ୍କ ମହାପ୍ରୟାଣ କାଶୀର ସନ୍ଥ ପରମ୍ପରା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୋଦୀ କହିଥିଲେ । । ସନ୍ଥ ଭାରତୀ ମହାରାଜ ଜୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସେହିପରି ସନ୍ଥ ଶ୍ରୀ ଶିବଶଙ୍କର ମହାପ୍ରୟାଣ ଖବର ପାଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଶୋକ ବ୍ୟକ୍ତ କରିବା ସହିତ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛନ୍ତି ।

Get real time updates directly on you device, subscribe now.