fbpx

ଉଚ୍ଚତାରୁ ପଡିବାର ସ୍ୱପ ଦେଇଥାଏ ଏହି ସଂକେତ; ଜାଣନ୍ତୁ ସ୍ୱପ୍ନଶାସ୍ତ୍ରରେ କଣ ରହିଛି ଏହାର ଅର୍ଥ

ପ୍ରତ୍ୟେକ ବ୍ୟକ୍ତି ରାତିରେ ଶୋଇବା ପରେ ଅନେକ ପ୍ରକାରର ସ୍ୱପ୍ନ ଦେଖିଥାନ୍ତି । ଯାହାକି ଏକ ସାଧରଣ କଥା । ତେବେ ପ୍ରତ୍ୟେକ ବ୍ୟକ୍ତି ଦେଖୁଥିବା ଏହି ସ୍ୱପ୍ନ ବିଭିନ୍ନ ପ୍ରକାରର ଶୁଭ ଏବଂ ଅଶୁଭ ସଂକେତ ଦେଇଥାଏ । ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର ପରି ସ୍ୱପ୍ନ ଶାସ୍ତ୍ର ମଧ୍ୟ ରହିଛି । ଯେଉଁଥିରେ ଆମେ ଦେଖୁଥିବା ସ୍ୱପ୍ନରେ ମିଳୁଥିବା ସଂକେତ ଏବଂ ଏହାର ପରିଣାମ ବିଷୟରେ କୁହାଯାଇଥାଏ । ତେବେ ଆମେ ଶୋଇଥିବା ସମୟରେ ବେଳେବେଳେ ଉଚ୍ଚତାରୁ ପଡିବାର କିଛି ସ୍ୱପ୍ନ ଦେଖିଥ।ନ୍ତି । ଯାହା ଆମକୁ ଭବିଷ୍ୟତରେ ଆସିବାକୁ ଥିବା ବିପଦ ସମ୍ପର୍କରେ ସୂଚନା ଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଉଚ୍ଚତାରୁ ପଡିବା ସହ ଜଡିତ ଏହି ସ୍ୱପ୍ନ ବିଷୟରେ…

ପାହାଚରୁ ତଳକୁ ପଡିବା: ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଯଦି ସ୍ୱପ୍ନରେ ଆପଣ ପାହାଚରୁ ଚଳକୁ ପଡିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହା ଆପଣଙ୍କୁ ଅଶୁଭ ସଂକେତ ଦେଇଥାଏ । ଏପରି ସ୍ୱପ୍ନ ଦେଖିବାର ଅର୍ଥ ହେଇଛି ନିଜଠାରେ ଆତ୍ମବିଶ୍ୱାସର ଅଭାବ । ଏହି ସ୍ୱପ୍ନ ଆପଣଙ୍କୁ ସୂଚାଇଥାଏ ଯେ, ଆପଣ ନିଜ ଉପରେ ଦୃଢ ବିଶ୍ୱାସ ରଖନ୍ତୁ ଏବଂ ଜୀବନରେ ଥିବା ସମସ୍ୟାକୁ ସାହାସର ସହ ସାମ୍ନା କରନ୍ତୁ ।

ଆକାଶରୁ ପଡିବା: ବେଳେବେଳେ ଯଦି ଆପଣ ସ୍ୱପ୍ନରେ ନିଜକୁ ଆକାଶରୁ ତଳକୁ ପଡିବାର ସ୍ୱପ୍ନ ଦେଖନ୍ତି ତେବେ ଏହା ଆପଣଙ୍କୁ ଅଶୁଭ ସଂକେତ ଦେଇଥାଏ । ଏପରି ସ୍ୱପ୍ନର ଅର୍ଥର ହେଉଛି ଆପଣ ଭବିଷ୍ୟତରେ କିଛି ଦୁର୍ଘଟଣାର ଶିକାର ହେବାକୁ ଯାଉଛନ୍ତି । ତେଣୁ ରାସ୍ତାରେ ଯିବା ସମୟରେ ସତର୍କତାର ସହ ଯାତାୟତ କରନ୍ତୁ । ଏଥିସହିତ ଅନ୍ୟ ଗାଡିଗୁଡିକ ପ୍ରତି ମଧ୍ୟ ସାବଧାନ ରୁହନ୍ତୁ ।

ଖସିଯାଇ ପଡିବା: ଅନେକ ଥର ଆମେ ନିଜକୁ ଖସିଯାଇ ପଡ଼ିବାର ସ୍ୱପ୍ନ ଦେଖିଥାଉ । ସ୍ୱପ୍ନଶାସ୍ତ୍ର ଅନୁସାରେ ଏହାର ଅର୍ଥ ହେଉଛି ଆପଣ ନିଜର କୌଣସି ଘନିଷ୍ଠ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କଠାରୁ ଧୋକା ପାଇ ପାରନ୍ତି । ତେଣୁ ଏପରି ସ୍ୱପ୍ନ ଦେଖିଲେ ସମୟ ଥାଉ ଥାଉ ସତର୍କ ହୋଇଯାଆନ୍ତୁ ।

ପାହାଡରୁ ତଳେ ପଡିବା: ଶୋଇବା ସମୟରେ ବେଳେବେଳେ ଆପଣ ନିଜକୁ ପାହାଡରୁ ତଳେ ପଡିବାର ସ୍ୱପ୍ନ ଦେଖନ୍ତି । ତେବେ ଏପରି ସ୍ୱପ୍ନ ଦେଖିବା ପଛରେ ଏକ ସଂକେତ ଲୁଚି ରହିଥାଏ । ଶାସ୍ତ୍ର ଅନୁଯାୟୀ ଏପରି ସ୍ୱପ୍ନ ଦେଖିବାର ଅର୍ଥ ହେଉଛି ଆପଣ ନିକଟ ଭବିଷ୍ୟତରେ ଆର୍ଥିକ ସଂକଟର ସାମ୍ନା କରିବାକୁ ଯାଉଛନ୍ତି । ଏଥିସହିତ ଏହା ଆପଣଙ୍କ ଜୀବନରେ ଅନ୍ୟ କିଛି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ ।

ଛାତରୁ ପଡିବା: ଅନେକ ଥର ସ୍ୱପ୍ନରେ ଆପଣ ନିଜକୁ ଛାତରୁ କିମ୍ବା କିଛି ଉଚ୍ଚା ସ୍ଥାନରୁ ଖସିପଡିବାର ସ୍ୱପ୍ନ ଦେଖନ୍ତି । ଯାହାକି ମନରେ ଭୟ ସୃଷ୍ଟି କରିଥାଏ । ତେବେ ସ୍ୱପ୍ନଶାସ୍ତ୍ର ଅନୁସାରେ ଏପରି ସ୍ୱପ୍ନ ଦେଖିଲେ ଏହା ଆପଣଙ୍କ ପରିବାରରେ ଖୁବ ଶୀଘ୍ର ମତଭେଦ ହେବାର ସଂକେତ ଦେଇଥାଏ । ତେଣୁ ଏପରି ସ୍ୱପ୍ନ ଦେଖିଲେ ପୂର୍ବରୁ ସାବଧାନ ହେବା ସହ ଘରେ କିପରି ଅଶାନ୍ତି ନହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

Get real time updates directly on you device, subscribe now.