fbpx
BSKY
BJD YOUTH SKY
BJD MS SKY

ରାଜ୍ୟରେ ଦୁଇକୋଟି ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ୱର: ଦିନକୁ ଦିନ ଅପରାଧ ବଢିବା ସହ ବ୍ରାଉନ ସୁଗର ଜବତ ହେଉଛି । ଏବେ ଦେଶରେ ବ୍ରାଉନସୁଗର ବ୍ୟବସାୟ ଅଣାୟତ୍ତ ଅବସ୍ଥାରେ ରହିଛି । ଏହା ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ସତ୍ତ୍ୱେ ଥମିବାର ନାଁ ନେଉନାହିଁ ବ୍ରାଉନ ସୁଗର କାରବାର । ହାତ ପାହାନ୍ତାରେ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ ଲୋକେ କିଣି ଏହାକୁ ସେବନ କରୁଛନ୍ତି ।

ଏହାପରେ ଆଜି ରାଜ୍ୟରେ ଏମିତି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି । ବ୍ରାଉନସୁଗାର କାରବାରକୁ ନେଇ ଖୋର୍ଦ୍ଧା କ୍ରାଇମବ୍ରାଂଚ ଏସଟିଏଫ ଜବତ କରିଛି । ତେବେ ଜବତ କରାଯାଇଥିବା ବ୍ରାଉନସୁଗାରର ମୂଲ୍ୟ ୨କୋଟି ଟଙ୍କା ରହିଛି । । ବ୍ରାଉନସୁଗାର ଜବତ ସହ ୨ଜଣଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହତ୍ୟା ମାମଲାରେ ସଂପୃକ୍ତ ଅଛନ୍ତି ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.