fbpx

(Video) କାନ୍ଦୁଥିଲା ଆଉ ଜଣେ ସୁଭଦ୍ରା: ମାଆ ରୂପରେ ପାଖକୁ ଆସିଲେ ସୁରେଶ୍ୱରୀ, କହିଲେ ମୋ ଝିଅର କିଛି ହେବନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଛିଦିନେ ତଳେ ବାଲେଶ୍ୱର ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ରୀ ସୁଭଦ୍ରା ପଣ୍ଡାଙ୍କୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ହୋଇଥିଲା । ବାପା-ମାଆ ଛେଉଣ୍ଡ ସୁଭଦ୍ରା ତାଙ୍କ ପାଳିତ ରୋଗିଣା ମାଆଙ୍କ ସହ ଏକ ଭଙ୍ଗା କୁଡ଼ିଆରେ ରହୁଥିଲେ । ମାଆ ପାଉଥିବା ୫ ଶହ ଟଙ୍କାରେ ଦୁହେଁ ଓଳିଏ ଖାଇଲେ ଓଳିଓ ଉପାସ ରହୁଥିଲେ । ତେବେ ଜୀବନ ସହିତ ସଂଘର୍ଷ କରୁଥିବା ସୁଭଦ୍ରା ନିଜର ଦୁଃଖ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଥିଲେ । ଏହାପରେ ସୁଭଦ୍ରାଙ୍କ ନିକଟକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଫୋନ ଆସିବା ସହିତ ଅନେକ ସହୃଦୟ ବ୍ୟକ୍ତି, ଅନୁଷ୍ଠାନ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ ।

ତେବେ ପୁଣି ଜଣେ ସୁଭଦ୍ରା କାନ୍ଦୁଛନ୍ତି । ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖରୀ ଗ୍ରାମପଞ୍ଚାୟତର ମଲିପଶି ଗ୍ରାମର ସୁଭଦ୍ରା ନାଏକ । ପାଠ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ସୁଭଦ୍ରାଙ୍କ ପାଇଁ ଅର୍ଥ ସାଜିଥିଲା ବାଧକ । ପାଳିତ ବାମା-ମାଆଙ୍କ ମୃତ୍ୟୁ ପରେ ମୂଲ ଲାଗି ମାଟ୍ରିକ୍ ପାସ କରିଥିଲେ ସୁଭଦ୍ରା । ଉଚ୍ଚଶିକ୍ଷା ପାଇଁ ସୁଭଦ୍ରାଙ୍କ ପାଖରେ ସମ୍ବଳ ନାହିଁ । ତେଣୁ ନିଜର ଦୂଖ ଦୂର କରିବାକୁ ସୁଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଥିବା ଜଣାପଡ଼ିଛି ।

ତେବେ ସୁଭଦ୍ରାଙ୍କ ଗୁହାରି ଶେଷରେ ଶୁଣିଛନ୍ତି ଈଶ୍ୱର । ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଡଃ ସୁରେଶ୍ୱରୀ ସାଗରିକା ଜେନା ସୁଭଦ୍ରାଙ୍କୁ କୋଳେଇ ନେଇଛନ୍ତି । ସୁରେଶ୍ୱରୀ ସୁଭଦ୍ରାଙ୍କୁ ଆର୍ଥିକ ସହାୟତା କରିବା ସହ କିଛି ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ଏଥିସହିତ ସୁଭଦ୍ରାଙ୍କ ପାଠପଢ଼ା, ବାହାଘର ସହିତ ଆଜୀବନ ସମସ୍ତ ଦାୟିତ୍ୱ ବୁଝିବେ ବୋଲି ସୁରେଶ୍ୱରୀ ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.