fbpx

ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି: ୧୦୦ତମ ମ୍ୟାଚ ଖେଳିବେ କୋହଲି, ନାହାନ୍ତି ପନ୍ତ

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ହେବାକୁ ଥିବା ଏହି ଐତିହାସିକ ମ୍ୟାଚରେ ପାକିସ୍ତାନକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଛି ଭାରତ । ଏହି ମ୍ୟାଚ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଇତିହାସ ରଚିଛନ୍ତି । ଭାରତ ପକ୍ଷରୁ ୧୦୦ତମ ମ୍ୟାଚ ଖେଳିବାକୁ ଯାଉଛନ୍ତି କିଙ୍ଗ କୋହଲି । ଅନ୍ୟ ପକ୍ଷରେ ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଦଳରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଦିନେଶ କାର୍ତ୍ତିକଙ୍କୁ ଦଳରେ ସୁଯୋଗ ମିଳିଛି ।

Rishabh Pant vs Dinesh Karthik? Dale Steyn picks India's wicket-keeper  batter for T20 World Cup 2022 - Sports News

ପାକିସ୍ତାନ ବିପକ୍ଷ ମ୍ୟାଚରେ ଟସ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ରୋହିତ ଶର୍ମା । ତେବେ ଏହି ମ୍ୟାଚରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ଋଷଭ ପନ୍ତଙ୍କ ଖେଳିବାକୁ ନେଇ ସମସ୍ତଙ୍କର ଆଶା ରହିଥିବା ବେଳେ, ତାଙ୍କୁ ଦଳରେ ସୁଯୋଗ ଦେଇ ନାହାନ୍ତି ରୋହିତ । ପନ୍ତଙ୍କ ସ୍ଥାନରେ ଦିନେଶ କାର୍ତ୍ତିକଙ୍କୁ ସୁଯୋଗ ଦେଇଛନ୍ତି ଟିମ ମ୍ୟାନେଜମେଣ୍ଟ । ରୋହିତଙ୍କର ଏହି ନିଷ୍ପତ୍ତି ଅନେକ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

Dinesh Karthik makes massive jump in T20I rankings after exploits against  SA | Cricket - Hindustan Times

ତେବେ ଏହି ମ୍ୟାଚ ସହିତ ଏକ ଇତିହାସ ରଚିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି । ଭାରତ ପାଇଁ ସେ ଆଜିର ଏହି ମ୍ୟାଚରେ ନିଜ ବ୍ୟକ୍ତିଗତ ୧୦୦ତମ ମ୍ୟାଚ ଖେଳିବାକୁ ଯାଉଛନ୍ତି । ତେବେ ଏହି ଟିମରେ ଅର୍ଶଦୀପ ସିଂହ ଏବଂ ଆଭେଶ ଖାନଙ୍କୁ ରୋହିତ ସୁଯୋଗ ଦେଇଛନ୍ତି ।

ଭାରତର Playing XI:

ରୋହିତ ଶର୍ମା(ଅଧିନାୟକ), କେ.ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଆଭେଶ ଖାନ, ଅର୍ଶଦୀପ ସିଂହ ଏବଂ ୟୁଜବେନ୍ଦ୍ର ଚହଲ ।

Get real time updates directly on you device, subscribe now.